STORYMIRROR

Ch Loknath Reddy

Classics Children

3  

Ch Loknath Reddy

Classics Children

ଆଣିଛି ଟେଡି

ଆଣିଛି ଟେଡି

1 min
192


କ୍ରୟ ମୁଁ କରିଛି        ତୋ ପାଇଁ ଖେଳନା

        ହଜାର ଟଙ୍କାଏ ଟେଡି

ଟେଡି ସଙ୍ଗେ ପୁଣି    ଆଣି ମୁଁ ଦେଇଛି

     ଶହେ ଗୋଟି ତେଡ଼ିମେଡ଼ି ।

ରଖିଥିଲି ଟଙ୍କା        ସିନ୍ଧୁକ ଭିତରେ

     ଗୋଟେ ଗୋଟେ ଜମା କରି

ଏହାରି ସାଥେ ମୁଁ     ଟେଡିକୁ କିଣିଲି

        ଆନନ୍ଦ ମନରେ ଭରି ।

ଯାଉଛି ଆଜି ମୁଁ      ତୋହରି ପାଶକୁ

     ଦେବାକୁ ତୋତେ ମୁଁ ଟେଡି

ଦୁହେଁ ମିଶି ହୋଇ    ସାନନ୍ଦେ ଖାଇବା

        କିଣିଥିବା ତେଡ଼ିମେଡ଼ି ।

ଉଡିଯିବା ଆମେ      ପ୍ରେମପକ୍ଷୀ ହୋଇ

      ଶୂନ୍ୟାକାଶ ପଥେ ଆଜି

ଭୁଲିଯିବା କ୍ଷଣେ      ଏ ମାୟା ସଂସାର

     ମହାନନ୍ଦେ ମିଳି ହୋଇ ।।

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics