ୱାଣ୍ଡରାଲ ପୋତୁ
ୱାଣ୍ଡରାଲ ପୋତୁ
କିଏ ଗୋ ତୁମେ
ହାତରେ ବାଡ଼ି
ମୁଣ୍ଡେ ପଗଡ଼ି
ନିଶକୁ ମୋଡି
ନ ଛାଡି ରଡି
ଉଭା ସେବେଠୁଁ ଗାଁ ମୁଣ୍ଡେ ।
ଶତ୍ରୁ ଛାତିରେ
ତୁମରି ଭୟ
ପିଳେହି ପାଣି
ନ ଧରି ଥୟ
ସେ ଦାଣ୍ଡେ ଦାଣ୍ଡର ଦାଣ୍ଡେ ।।
ଲୋକ ବିଶ୍ୱାସ
ଅଛି ଅଶେଷ
ମାନି ତୁମଠି
ନୁଆନ୍ତି ମୁଣ୍ଡ
ଜିଅନ୍ତି ଜୀବନେ ଝୁମି ।
ସକାଳ ସଂଜେ
ତୁମ ଦର୍ଶନେ ।
ପର୍ବ ପର୍ବାଣୀ
ଗାଁ ନିମନ୍ତ୍ରଣେ
ତୁମେହିଁ ସଭିଙ୍କ ସ୍ୱାମୀ ।।
କିଆଁର ଲଟା
ଜୁଆର ଭଟ୍ଟା
ଝାଉଁ ଗହଳି
ଲଙ୍କାର ତୋଟା
ଗରଜନ ସବୁ ଫିକା ।
ତୁମ ପ୍ରହରା
ଦିଏ ସାହାରା
ଯୁଗ ଯୁଗର
ଏ ପରମ୍ପରା
ଉପକୂଳେ ମିଳେ ଦେଖା ।।
