Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Raut

Romance

3  

Ajit Kumar Raut

Romance

ଆନନ୍ଦ ଉତ୍ସବର ଦିନ

ଆନନ୍ଦ ଉତ୍ସବର ଦିନ

1 min
229



ଗୃହେ ହୁଏ ଆଜି ପବିତ୍ର ଉତ୍ସବ

ପୁତ୍ର ଜନ୍ମଦିନ ପରା,

ପୁତ୍ର ଜନ୍ମଦିନେ ପାପା ଆଣିଛନ୍ତି

ଜନ୍ମଦିନ କେକ୍ ପରା।୧।


ଚତୁର୍ଦ୍ଦିଗେ ଆଜି ଟଣା ହୋଇ ଅଛି

ରଙ୍ଗ ବିରଙ୍ଗର ବେଲୁନ,

ଚହଟି ପଡୁଛି ଗୃହ ସାରା ଆଜି

ଆମ୍ବ ପତ୍ରରେ ତରଣ।୨।


ଡିଆଁ ମାରୁଛନ୍ତି ପୁତ୍ର ସାଥୀ ମାନେ

କୋଳାହଳ ଶବ୍ଦ ତହିଁ,

ବନ୍ଧୁ କୁଟୁମ୍ବରେ ଭରି ଅଛି ଘର

ଅପୂର୍ବ ଆନନ୍ଦ ତହିଁ।୩।


ଟେବୁଲ ଉପରେ ସଜ୍ଜିତ ହୋଇଛି

ଜନ୍ମଦିନ କେକ୍ ତହିଁ,

ବିଜୁଳି ପ୍ରକାଶେ ଚହଟି ଉଠୁଛି

ଜନଜନ ମହେ ତହିଁ।୪।


ସ୍ୱାଦିଷ୍ଟ ଭୋଜନ ତିଆରି ହେଉଛି

ଲାଗିଛନ୍ତି କାରିଗର,

କେକ୍ କାଟି ଦେଲେ ପୁଅଟି ତାଙ୍କର

କେକ୍ ବଣ୍ଟା ହେବ ତାର।୫।


କେକ୍ ବଣ୍ଟା ପରେ ସ୍ୱାଦିଷ୍ଟ ଭୋଜନ

ସମସ୍ତଙ୍କୁ ଦିଆଯିବ,

ସାଙ୍ଗ ସାଥି ସଙ୍ଗେ ବନ୍ଧୁ କୁଟୁମ୍ବଙ୍କୁ

ଜନ୍ମଦିନ ଭୋଜି ହେବ।୬।


ଚତୁର୍ଦଦିଗେ ଖୁସି ପୁରି ଉଠେ ପୁଣି

ଶୁଭ ମୁହୂର୍ତ୍ତଟି ଆସିଲା,

ପୁଅ କାଟୁ ଅଛି ଧୀରେ ଧୀରେ କେକ୍

ହେପ୍ପି ବାର୍ଥ ଡେ ଶୁଭିଲା।୬।


ବେଲୁନ ତଡିଲେ କୋଳାହଳ କଲେ

ହେପ୍ପି ବାର୍ଥ ଡେ ରାବିଲେ,

ଆନନ୍ଦ ଉତ୍ସବେ ପରିପୂର୍ଣ୍ଣ ଗୃହ

ସମସ୍ତେ ନାଚି ଉଠିଲେ।୭।


ସୁସଜ୍ଜିତ ହୋଇ ପୁଅ ବସିଅଛି

ନୂତନ ପୋଷାକେ ଆଜି,

ଫୋଟୋ ଖିଞ୍ଚୁଛନ୍ତି ସଙ୍ଗ ସାଥି ମାନେ

ପୁତ୍ର ଜନ୍ମଦିନେ ଆଜି।୮।


ଅଜାଆଈଙ୍କର ଖୁସିର ଠିକଣା

ନାଚୁଥାନ୍ତି ଦୁଇ ଜଣ,

ସତେ ତାହାଙ୍କୁ ସ୍ୱର୍ଗ ମିଳିଗଲା

ନାତି ଜନ୍ମଦିନ ଜାଣ।୯।


ଗୃହେ ହୁଏ ଆଜି ପବିତ୍ର ଉତ୍ସବ

ପୁତ୍ର ଜନ୍ମଦିନ ପରା,

ପୁତ୍ର ଜନ୍ମଦିନେ ବାପା ଆଣିଛନ୍ତି

ଜନ୍ମଦିନ କେକ୍ ପରା।୧୦।




Rate this content
Log in

Similar oriya poem from Romance