Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Hasyamayee Raj

Inspirational

4  

Hasyamayee Raj

Inspirational

ଆମରି ହାତରେ ଆମ ପରିବେଶ

ଆମରି ହାତରେ ଆମ ପରିବେଶ

1 min
23.5K



ଜଳ ସ୍ଥଳ ବାୟୁ ଆକାଶ ଅନଳ 

ସାଥେ ଆମ ଚତୁଃପାର୍ଶ୍ଵ

ଶୋଭା ତା ବଢାଏ ଅସରନ୍ତି ପ୍ରାଣୀ

ସବୁଜ ଉଦ୍ଭିଦ ହସ ।।


ବନ ଝରଣାର କୁଳୁ କୁଳୁ ଶବ୍ଦ

ଆଲୋକ ଅନ୍ଧାର ବେଶ

ସବୁ ସମାହାରେ ଗଢା ହୋଇଅଛି

ସୁନ୍ଦର ଏ ପରିବେଶ।।


ଜଡରୁ ଜୀବନ ସାଗର ଭୂତଳ

ଅନନ୍ତ ଗଗନ ବକ୍ଷ

କେତେ ଉପାଦାନ ମିସିଛି ତା ସାଥେ

ସ୍ରୁଷ୍ଟି ତା ମହାନ୍ ଲକ୍ଷ ।।


ଦେଇ ନିରାପତ୍ତା ଜୀବନକୁ ଆମ

କରେ ଲାଳନ ପାଳନ

ଅଦୃଶ୍ୟରୁ ଦ୍ରୁଶ୍ୟ ଭୂମିରୁ ଭୂମା ଯେ

ବ୍ୟାପି କରେ ସଚେତନ।।


ତା ଜଳରେ କରୁ ଜୀବନ ଧାରଣ

ନିଶ୍ବାସେ ବହୁ ପବନ

ଆଲୋକ ଭରେ ସେ ଆଖିରେ ଆମର

କେତେ ତାର ଅବଦାନ।।


ସଭ୍ଯ ଶିକ୍ଷିତ ହୋଇଛି ମଣିଷ

ଅତିକ୍ରମିଛି ସେ

ବିବର୍ତ୍ତନର ସୋପାନ

ଏସବୁ ମୂଳରେ ରହିଛି କେବଳ

ବିଜ୍ଞାନର ଜୟଗାନ।।


ଶିଳ୍ପର ପ୍ରସାର ଜନ ବିସ୍ଫୋରଣ

କରେ ଅରଣ୍ୟର କ୍ଷୟ

ବଇରି ସାଜଇ ମଣିଷ ଜାତିଟା

ହୁଏ ପ୍ରଦୂଷଣ ମୟ ।।


ମାଟି ଓ କୁହୁଡି ଆକାଶ ଆଲୋକ

ନଦୀ ସାଗରର ଜଳ

ସୁନୀଳ ଏ ନଭ ପବନ ମହକ

ଭାଷା ତାର ଅନାବିଳ।।


କୀଟନାଶକ ଓ ସାରର ପ୍ରୟୋଗ

ସଚେତନତାର ହୀନ

ସଙ୍କଟ ଜନକ କରେ ଜୀବନକୁ

ସୁସ୍ଥ ପରିବେଶ ସ୍ଵପ୍ନ ।।


ଆମରି ହାତରେ ଆମ ପରିବେଶ

ସୁସ୍ଥ ରଖିବା ଦାୟିତ୍ବ

ବୃକ୍ଷ ରୋପଣ ତ ଆୟୁଧ ଏହାର

କରିବା ଜୀବନେ ବ୍ରତ ।।


ନିୟନ୍ତ୍ରଣ ଅଟେ ଆମରି ହାତରେ।

ପ୍ଲାଷ୍ଟିକ୍ ର ବ୍ଯବହାର

ଜାନିଯାତ୍ରା ମଉଛବେ ଲୋଡା ନାହିଁ

ଆତସବାଜି ଓ ଡାକବାଜିର ଯନ୍ତ୍ରର।।


ପରିବେଶକୁ ପ୍ରଭାବିତ କରେ

ଆମରି କାର୍ଯ୍ୟ କଳାପ

ପ୍ରଦୂଷଣ ମାତ୍ରା ବଢି ବଢି ଚାଲେ

ବଢେ ରୋଗର ପ୍ରକୋପ।।


ପରିବେଶ ସହ ଏତେ ନିବିଡ଼ତା

ତଥାପି କରେ ସେ ନାଶ

ମାରଣାସ୍ତ୍ରର ପ୍ରୟୋଗ କରେ ସେ

ମେଣ୍ଟେ ନାହିଁ ତାର ଶୋଷ ।।


ସେ ରହିଲେ ଆମେ ରହିବା ନିଶ୍ଚିତ

ରହିବ ସୁନ୍ଦର ଭବ

ସଚେତନ ହେବା ନହେଲେ ଭୋଗିବା

ଆମେ ତାର ପରାଭବ ।।



Rate this content
Log in