ଆମରି ଧରଣୀ ମାଆ
ଆମରି ଧରଣୀ ମାଆ
ସୌର ଜଗତର ଅଦ୍ବିତୀୟ ଗ୍ରହ
ଆମରି ଧରଣୀ ମାଆ,
ଫୁଲ ଫଳ ଜଳ... କେଉଁଥିରେ କେବେ
ଊଣା କରିନାହିଁ ଆହା
ଅମୃତ ତୂଲ୍ୟ ତା ଭୂତଳ ଜଳରେ
ତୃପ୍ତ ପ୍ରାଣୀ ଉଦ୍ଭିଦ କୂଳ,
ସଂକଟରେ ଆଜି ଏ ଜୀବଜଗତ
ହ୍ରାସ ପାଏ ଜଳସ୍ତର
ଉତ୍ତାରି ନୂତନ ଜଙ୍ଗଲ ରଖିବା
ବଞ୍ଚାଇ ସୁନ୍ଦର ଧରା,
ସବୁଜ ଶାଢ଼ୀରେ ହସିବ ଏ ମାଟି
ଶସ୍ଯେ ହେବ ଭରା ପୂରା
