STORYMIRROR

Rabindra kumar Sahoo

Abstract Tragedy

3  

Rabindra kumar Sahoo

Abstract Tragedy

ଆମର ମରୁନି ଭୋଟ ଭୋକ

ଆମର ମରୁନି ଭୋଟ ଭୋକ

1 min
237

  କଲବଲ ପଛେ

     ହୁଅନ୍ତୁ ଲୋକ

 ଆମର (ନେତାମାନଙ୍କର)

    ମରୁନି ଭୋଟ ଭୋକ ।

 କରୋନା ମାରୁଛି

     ଆମରି ଲୋକ

 ନେତାଏ ଭାବନ୍ତି

   ଆମ ଲୋକଙ୍କୁ

     ମାଛି କି ପୋକ

 ଏ ଯାଏଁ ସରୁନି

   ନିର୍ବାଚନର ଭୋକ

  ମଗା ସରିନାହିଁ

    ଭୋଟ ଭିକ

 ଆମର (ନେତାଙ୍କର)

    ମରୁନି ଭୋଟ ଭୋକ ।

  ଶ୍ମଶାନରେ ଆଉ

    ଜାଗା ମିଳୁନି

  ଡ଼ାକ୍ତରଖାନାରେ

 ରୋଗୀକୁ ଖଟିଆ ମିଳୁନି

 ଅମ୍ଳଜାନ ଅଭାବେ

  ରୋଗୀ ମରୁଛି

 ନେତାଏ କହୁଛନ୍ତି

   ଆମ ଦେଶ ବିକାଶ କରୁଛି ।

  ବାଃ ବାଃ ବାଃ ବାଃ

    ଆମ ଶାସନ

 ବିକାଶ ନାଁରେ 

   ଖାଲି ନାରାବାଜି

     ଖାଲି ଶୋଷଣ

  ଜନତାଙ୍କୁ ନେତାଏ

  ଦିନରେ ଦେଖାଉଛନ୍ତି ଲଣ୍ଠନ ।

  ଜନତା ବାପୁଡା

    ସାଜି ଭକୁଆ

ନେତାଙ୍କ ପଛେ

 ଧାଆଁନ୍ତି ହୋଇଣ ବେହିଆ

 ଅହରହ ଜନତା

  ଅନାହାର, ଅର୍ଦ୍ଧାହାର,

  ରୋଗ, ଶୋକ ଓ 

    ଆତ୍ମହତ୍ୟା କରି ମରନ୍ତି

  ନେତାମାନେ 

   କ୍ଷମତା ଗାଦିରେ ବସି

        ଅୟସ କରନ୍ତି ।

  ଆସିବ ଯେତେ

    ବିପଦ ଓ ବିପର୍ଯ୍ୟୟ

  ନେତାଙ୍କ ମନେ ବଢେ

        ସେତେ ଉତ୍ସାହ

  ଜନତାର ଯେବେ ସରବନାଶ

   ନେତାଙ୍କର ପରା ପଉଷ ମାସ

  ଏହା ଆମ ଦେଶର

    ରାଜନୀତିର ଚାଷ

  ଚାଷୀ ମରଇ

   ଛାଡି ତା' ଚାଷ

ଶ୍ରମିକ ମରେ

    ଛାଡି ତା ବାସ ।

 ରୋଗରେ ପୀଡିତ

     ଜନତା ହୁଏ

  ନେତାଙ୍କର କ'ଣ

   କିଛି ଆସେ କି ଯାଏ

ସାଧାରଣ ଜନ

   ଭୋଗଇ କଷ୍ଟ

   ପୋଲିସ୍ ଲାଠିରେ

      ବୁଦ୍ଧି ହୁଏ ତା' ଭ୍ରଷ୍ଟ

  ନେତାଏ କରିବେ

  ନିର୍ବାଚନୀ ସଭା ଓ ରାଲି

 କ୍ଷମତା ପାଇଲେ

  ହୋଇବେ ନାଲି

 ନିର୍ବାଚନ ବେଳେ କହିବେ

   ଜନତା ଜନାର୍ଦ୍ଦନ

  ନିର୍ବାଚନ ପରେ

 ସାଜିବେ ନେତାଏ ଜନାର୍ଦ୍ଦନ

   ଜନତା ହୋଇବେ ପତିତ ଜନ

 ବାଃ ବାଃ ବାଃ ଶାସନ

   ବାଃ ବାଃ ବାଃ ରେ

     ଆମ ଗଣତନ୍ତ୍ରକୁ ଧନ୍ୟ ।

 ଭୋଟ୍ ପାଇଁ ବିକଳ ହେବୁ

   କ୍ଷମତା ପାଇଁ ରାଲି କରିବୁ

  ବିଚରା ମରୁଛି ଏବେ

    ସାଧାରଣ ଲୋକ

  କରୋନା ରଚାଏ

       ପୁଣି ଆତଙ୍କ ।

  କରୋନା ପାଇଁ

   ଯଦି ପରୀକ୍ଷା ବନ୍ଦ୍, ସ୍କୁଲ୍, 

  କଲେଜ୍ ବନ୍ଦ୍ ଓ ଧର୍ମାନୁଷ୍ଠାନ ବନ୍ଦ୍

 ତେବେ କିଆଁ ନିର୍ବାଚନ

      ନ କଲ ବନ୍ଦ୍

 ଗଣତନ୍ତ୍ର କ'ଣ

  ଖାଲି ନେତାଙ୍କ ପାଇଁ

 ଜନତା ଯେଉଁଠି ମରେ

   ଡହଳ ବିକଳ ହୋଇ ?

 ମିଥ୍ୟା ପ୍ରତିଶ୍ରୁତି

 ମିଥ୍ୟା ଭାଷଣବାଜିରେ

 ମେଣ୍ଟେନି ଜନତାଙ୍କ

  ଦୁଃଖ, ଶୋକ ଓ ଭୋକ ।

 


Rate this content
Log in

Similar oriya poem from Abstract