STORYMIRROR

Jayashree Maharana

Abstract

2  

Jayashree Maharana

Abstract

ଆମେ ଯେ ବୀର ଜାତି

ଆମେ ଯେ ବୀର ଜାତି

1 min
147

ନିର୍ଭୀକ ଆମେ ସାହସୀ ଆମେ

ଆମେ ଯେ ବୀର ଜାତି

ଶତ୍ରୁ ଆଗରେ ଯୁଦ୍ଧ କ୍ଷେତ୍ରରେ

ପତାଇ ଦେଉ ଛାତି


ସଦଭାବନା ଶାନ୍ତି କାମନା

ଜୀବନେ ମୁଖ୍ୟ ରୀତି

ପଛଘୁଞ୍ଚାକୁ କରୁଛୁ ଘୃଣା

ହଟାଇ ମନୁ ଭୀତି


ଅନ୍ୟାୟ ଦେଖି ବିରୋଧ କରୁ

ସହୁନୁ ମଥାପାତି

ସତ୍ୟ ପଥରେ ଚାଲୁଛୁ ସଦା

ଆମେ ଦିବସ ରାତି


ଧର୍ମକୁ ବରି କରମ କରି

ବଢ଼ାଉ ଆମ ଗତି

ବିନା କାରଣେ ଦେଲେ କେ ବାଧା

ରକତ ଯାଏ ତାତି


କିଏ ବା ଯଦି ହିଂସା ଆଦରି

କରଇ ଆମ କ୍ଷତି

ଦୃଢ଼ ହସ୍ତରେ ଦମନ କରୁ

ଯାଏନା ଜମା ବର୍ତ୍ତି


ସ୍ଵଛ ସରଳ ମନ ଆମର

ଈଶ୍ୱର ପ୍ରେମ ଶକ୍ତି

ନିଖୁଣ କରି ଗଢି ତୋଳିଛୁ

ଅନେକ କଳାକୀର୍ତ୍ତି


ହୃଦରେ ଆମ ଭରି ରଖିଛୁ

ଅମୂଲ୍ୟ ଦେଶପ୍ରୀତି

ଅହିଂସା ମନ୍ତ୍ର କରୁଛୁ ଗାନ

ଏକତା ଆମ ଶକ୍ତି


ପରାଧୀନତା ହଟାଇ ଦେଇ

ଗାଉଛୁ ମୁକ୍ତିଗୀତି

ବୀରତ୍ୱ ଆମ ମାନ ସମ୍ମାନ

ଆମେ ଯେ ବୀରଜାତି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract