STORYMIRROR

Dr Jharana Satapathy

Inspirational

3  

Dr Jharana Satapathy

Inspirational

ଆମେ ସବୁ ଏକ ସୂତାରେ ଗୁନ୍ଥା

ଆମେ ସବୁ ଏକ ସୂତାରେ ଗୁନ୍ଥା

1 min
398

କୁନୁ ,ମୁନୁ,ବୁନୁ ଟୁନୁ ସଭିଏଁ ଆସ

ମନରେ ନ ରଖି କିଛି ରାଗରୋଷ

ବନ୍ଧୁତା ବାନ୍ଧିବା ହୋଇ ହସ ହସ

ରଖିବା ଆମେ ଯଶ ଏବଂପୌରୋଷ


ମିଶାଇବା ଆମେ ହାତକୁ ହାତ

ଦେଶ ଏବଂ ଜାତିକୁ କରିବା ଦୃଢିତ

ଆମେ ସବୁ ଏକ ସୂତାରେ ଗୁନ୍ଥା

ମନରେ ଅଛି ଆମର ଦୃଢ ଏକତା


ରାଗ ରୋଷ ଥିଲେ ସବୁ ଭୁଲି ଯିବା

ତ୍ରୁଟି କିଛି ଥିଲେ କ୍ଷମା କରିଦେବା

ଜାତିନିର୍ବିଶେଷରେ ହୋଇବା ଏକତ୍ର

ବୁହାଇଦେଵା ନିଜ ଝାଳ ରକତ


ଆସ ମିଳିମିଶି ଆମେ ସପଥ ନେବା

ଦୁଃଖି ଅରକ୍ଷିତଙ୍କୁ ସହାୟ ଦେବା

ଆମେ ସବୁ ଏଠି ସଭିଏଁ ସମାନ

କରିବାନି କେବେ କାହାକୁ ଅପମାନ


ସେବା କାର୍ଯ୍ୟ କରି ହେବା ତତ୍ପର

ମିଳିମିଶି ସପଥ ନେବା ଦରକାର

କୁନି ଛୁଆ ବୋଲି ଭାବିବାନି ଯମା

ଏ ଭାରତମାତା ଅଟେ ଆମ ମାଆ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational