ଆମେ ସ୍ବାଧୀନ
ଆମେ ସ୍ବାଧୀନ
ଦେଶ ପାଳେ ସ୍ବାଧୀନତା ଦିବସ ,
ବର୍ଷ ପରେ ବର୍ଷ ଯାଏ ବିତି ,
ଇତିହାସ ପୃଷ୍ଠାରେ ଆଜି ହୋଇଯାଏ କାଲି ,
ସ୍ବର୍ଣ୍ଣିମ ଅକ୍ଷରେ ରହିଯାଏ ଅତୀତ ଗୀତି ।
କିନ୍ତୁ ସତରେ କି ଆମେ ସ୍ବାଧୀନ ?
ମନ ପ୍ରଶ୍ନ କରେ ନିଜକୁ ।
ସତେ କଣ ମୁଁ ପାଇଛି ସବୁ ଅଧିକାର
ବିବେକ ରୁ ଭାସିଆସେ ପ୍ରଶ୍ନ ଗୁଚ୍ଛ ।
ଯଦି ଆମେ ସ୍ବାଧୀନ ମତ ବ୍ୟକ୍ତ
କାହିଁକି କରି ହୁଏନା ?
ବାହୁବଳର ତରବାରୀର
କାହିଁକି କଟାଯାଏ ନିରୀହର ବେକକୁ ?
ଯଦି ଆମେ ସ୍ବାଧୀନ
ତେବେ ଝିଅଟେ କାହିଁକି ଚାଲି ପାରେନା ଏକା ।
କେବେ ବସ୍ତ୍ର କେବେ ଚାଲିକୁ
କରି ଆକ୍ଷେପ ଲୋଟି ନିଆଯାଏ ତା'ର କୁମାରିତ୍ବ ।
ଯଦି ଆମେ ସ୍ବାଧୀନ
ତେବେ କାହିଁକି ଶୋଷିତ ହୁଏ
ନଥିଲାବାଲା ଟି ଥିଲାବାଲା ହାତରେ ।
ତଥାପି ମୁଖ ଖୋଲି ପାରେନା କାହିଁକି ?
କେମିତି କହିବି ମୁଁ ସ୍ବାଧୀନ ...
କେମିତି କହିବି ଦେଶ ସ୍ବାଧୀନ
ଏବଂ ଦେଶବାସୀ ସ୍ବାଧୀନ ।
ଏଇଠି ତ ଖାଲି ପତାକା
ଉଡୁଛି ସ୍ବେଚ୍ଛାଚାରିତା ର ,
ନୃଶଂସତାର ହିଂସୁକ ମନୋଭାବର ,
ପାଶବିକ ଚିନ୍ତାଧାରା ର ।
କେମିତି କହିବି ମୁଁ ସ୍ବାଧୀନ....?
