STORYMIRROR

Kalandi pal

Inspirational

4  

Kalandi pal

Inspirational

ଆମେ ଓଳିଆରୁ ପଡି ଗଜା

ଆମେ ଓଳିଆରୁ ପଡି ଗଜା

1 min
294


ଯାହା ନ ଦେଖିଲେ ଆମ ବାପା ଅଜା

     ଆମ ପାଇଁ ତାହା ଖଞ୍ଜା

ବାପା ଯାଉଥିଲେ ଚାଲି ଚାଲି ଦୂରେ

     ଆମେ ତ ସରଗ ରଜା

   ଆମେ ଆମରି ମନର ରାଜା

ଯାହା ଖୋଜାଯାଏ ଘରେ ମିଳିଯାଏ

     କିଛି ବି ପଡ଼େନି ଖୋଜା

  ଆମେ ଓଳିଆରୁ ପଡି ଗଜା ।


ଅଜା ଲେଖୁଥିଲେ ଚିଠି କଲମରେ

    ଚିଠି ଭୋଗୁଥିଲା ସଜା

ମୋବାଇଲରେ ଆମେ ଚାଟିଙ୍ଗ କରୁଛୁ

     ସଙ୍ଗେ ସଙ୍ଗେ ନେଉ ମଜ୍ଜା

  କେବେ କାହାକୁ ପଡ଼େନି ଖୋଜା

ବିଶାଳ ପୃଥିବୀ   ସଂକୁଚିତ ଭଳି

    ଆମ ସ୍ମାର୍ଟ ଫୋନେ ସଜ୍ଜା

  ଆମେ ଓଳିଆରୁ ପଡି ଗଜା ।


ଆମେ ଘରେ ବସି  ଉଡାଉଛୁ ନିତି

    ଆମ ବିଜୟର ଧ୍ବଜା

ଟିଫିନ ମିଲ ଆସେ ଅନ ଲାଇନେ

    ଘରେ ହୁଏ ନାହିଁ ଭଜା

  ନୁହେଁ ଲୁଣିଆଁ କି ଦର ସିଝା

ବାହାଘର ଠାରୁ  ଶୁଦ୍ଧ ଘର ଯାଏ

    ସବୁଠି ଅନଲାଇନ ଖୋଜା

  ଆମେ ଓଳିଆରୁ ପଡି ଗଜା ।


ଛୋଟ ପିଲାଟିଏ ଯାହା କରିପାରେ

    କରି ପାରେନି ମୋ ଅଜା

ମାଆର ପେଟରୁ ଜନମ ହେବାଠୁ

      ସବୁ ପଡିଯାଏ ବୁଝା

   ଆମେ ଚାଲାକ ଚତୁରେ ରଜା

ବିଲୁଆ ଅଙ୍ଗୁର  ନ ଖାଇଲା ଭଳି

     ଆମକୁ କୁହନ୍ତି ଗୋଜା

  ଆମେ ଓଳିଆରୁ ପଡି ଗଜା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational