STORYMIRROR

Prafulla Chandra Mishra

Inspirational

4  

Prafulla Chandra Mishra

Inspirational

ଆମେ କରୁଛୁ ଆମ ଶାସନ

ଆମେ କରୁଛୁ ଆମ ଶାସନ

1 min
323

ରାଜତନ୍ତ୍ରର ଭୂଖଣ୍ଡ ପୃଥିବୀ

ବୀର ଭୋଗ୍ୟା ବସୁନ୍ଧରା

ବୀରାଙ୍ଗନା ବୀର ପୁତ୍ରର ଜନନୀ

ସୃଷ୍ଟିର ୟେ ବିଡମ୍ଵନା

ଇତିହାସ କହେ ଶୌର୍ଯ ବୀର୍ଯ ବନ୍ତ

ବୀର ମାନଙ୍କର ଦ୍ଵାରା

ଶାସିତ ହୁଅନ୍ତି ପଜାଏ ମାନନ୍ତି

ରାଜା ର ନିର୍ଦ୍ଦେଶ ନାମା ।

 

ସରସୀ ପଦ୍ମିନୀ ଶୋଭା ବନ୍ତ ସମ

ଧରିତ୍ରୀ ମାତାର କୋଳ

ମଣ୍ଡନ କରିଛି ମୋ ଭାରତ ବର୍ଷ

ଆର୍ଯ୍ୟାବର୍ତ୍ତ ନାମେ କ୍ଷାତ

ପ୍ରଲୁବ୍ଧେ ଅନେକ ବିଦେଶୀ ତସ୍କର

କରିଣ ରକ୍ତରେ ଖେଳ

ଶାସନ କରିଲେ ଲୁଟି ନେଇଥିଲେ

ଅନେକ ବୈଭବ ରତ୍ନ ।

 

ବାଣିଜ୍ୟ କରିବା ଛଳେ ଗୋରା ଦଳେ

କୃର ବୁଦ୍ଧି ଗୁପ୍ତଚର

ବଳେ ମୋ ମାଆର ବାତ୍ସଲ୍ୟ ମମତା

ସରଳତା ପଣ ଦେଖି

ଭାରତ ବର୍ଷକୁ ଶାସନ କରିଲେ

ଦୁଇଶହ ବର୍ଷ କାଳ

ଅନେକ ସମ୍ପଦ ଭାଙ୍ଗି ଲୁଟି ନେଲେ ତା’ର

କିଛି ଅଛି ମୁକସାକ୍ଷୀ ।

 

ଧୀରେ ଧୀରେ ଆମ ପୂର୍ବସୂରୀ ମାନେ

ଅସହ୍ୟ ଗୋରା ଶାସନ

ବିରୁଦ୍ଧେ ଲଢ଼ିଲେ କେତେକେତେ ବୀର

ଗୋରା ଅଗ୍ନେୟାସ୍ତ୍ର ଘାତେ

ଅଦିନେ ଅକାଳେ ସ୍ଵଧୀନତା ପାଇଁ

ବଳୀ ପଡିଲା ଜୀବନ

ଉତ୍କଳ ଭୂଇଁ ରୁ ପ୍ରଥମ ସ୍ଵାଧୀନ

ପାଇକ ବିଦ୍ରୋହ ରଚେ ।

 

ଜାତୀର ଜନକ ମହାତ୍ମା ଗାନ୍ଧୀଜୀ

ଅହିଂସା ଡାକରେ ମେଳି

ବୁଦ୍ଧ ଦେବ ଦେଶ ୟେ ଭାରତବର୍ଷ

ଅହିଂସା ପରମ ଧର୍ମ

ସେ ମନ୍ତ୍ର ପ୍ରଭାବେ ଦୁର୍ଦ୍ଦଶ ଫିରିଙ୍ଗି

ହୃଦୟ ଉଠିଲା ଥରି

ରାତାରାତି ଦେଶ ଛାଡି ଚାଲିଗଲା

ଅରପି ଦେଶ ଶାସନ ।

 

ଆମ ହାତେ ଆମ ଶାସନର ଡୋର

ଆମେତ ସ୍ଵାଧୀନ ସବୁ

ସର୍ବ ବୃହତମ ଗଣତନ୍ତ୍ର ରାଷ୍ଟ୍ର

କେହିନୁହେଁ ଏଠି ବାବୁ

ରାଜାନାହିଁ ଏଠି ପ୍ରଜାବି ତ ନାହିଁ

ନାହିଁକିଛି ବଡ଼,ସାନ

ନାହିଁ ଧର୍ମ ଭାବ ଜାତି ଗୋତ୍ର ଗୋଷ୍ଠୀ

ସରବେ ଏଠି ସମାନ ।

 

ଆମେତ ସ୍ଵାଧୀନ ଆମରି ଶାସନ

ଆମେ ଏବେ ସର୍ବେସର୍ବା

ଆମେ ଭାରତୀୟ ଏହି ପରିଚୟ

ତ୍ରୀରଙ୍ଗା ଆମର‌ ନେତ

ପବିତ୍ର ୟେ ମୋର ଗଣତନ୍ତ୍ର ରାଷ୍ଟ୍ର

ୟାର ମହତ୍ତ୍ଵ ରଖିବା

ଜୀବନର ବିନିମୟେ ଗଣତନ୍ତ୍ର

ରଖିବାକୁ ସୁରକ୍ଷିତ ।


Rate this content
Log in

Similar oriya poem from Inspirational