STORYMIRROR

Sarojini Jena

Inspirational Others

3  

Sarojini Jena

Inspirational Others

ଆମେ କରୁଅଛୁ ଆମ ଶାସନ

ଆମେ କରୁଅଛୁ ଆମ ଶାସନ

1 min
197


ଆମେ ଚଳାଉଛୁ ଆମ ଶାସନ

ଗଢି ତୋଳିଛୁ ଭାରତ ମହାନ


କେତେ ବୀର ଏଠି ଶହୀଦ ହେଲେ

ମା' ମାଟି ପାଇଁ ଜୀବନ ଦେଲେ


ଫିରିଙ୍ଗିଙ୍କର ଘୂରିଲା ମଥା

ଦେଶରୁ କ୍ଷଣକେ ହୋଇଲେ ବିଦା


ହିଟଲର ନୀତି ଚଳିଲା ନାହିଁ

ରାତି ଅଧେ ସେତ ଗଲେ ପଳାଇ


ସ୍ୱାଧୀନ ଆଜି ଆମେ ଆମ ଦେଶ ସ୍ୱାଧୀନ

ସେ ଦେଶେ ଜନମି ବୀର ମହାନ


କେତେ ମହାପୁରୁଷ ରକ୍ତ ଭିଜାଇ

ମାଟି ମା' କୋଳେ ଗଲେ ତ ଶୋଇ


ଗୋରା ସରକାର ବନ୍ଧୁକ ମୁନ

ଆମ ଅହିଂସା ମନ୍ତ୍ରେ ହେଲା ସେ ଚୂର୍ଣ୍ଣ


ଗାନ୍ଧିଜୀଙ୍କ ନୀତି ସରଳ ଥିଲା

ସୁଭାଷଙ୍କ ନୀତି ଗରମ ଥିଲା


ସାରା ହୃଦେ ଉଠୁଥିଲା କମ୍ପନ

ବୀର ଯବାନ ଆଜି କଲେ ସଲାମ


ଆମ ମାଟି ଆମ ପାଇଁ ଗରବ

ତେଜିବୁ ପରାଣ ହୋଇ ସରବ


ଆମ ଶାସନର ଡୋରି ଆମେ ଧରିଛୁ

ଭାରତ ମା' ପଦେ ମଥା ନଇଁଛୁ


ଗାନ୍ଧୀ,ଗୋପବନ୍ଧୁ,ନେହେରୁ,ସୁଭାଷ

ଫୁଟାଇଲେ ମୁଖେ ଅନେକ ହସ


ବାରମ୍ବାର ଗଲେ କାରାବରଣ

ବିଦେଶୀ ଶାସନୁ ମୁକ୍ତ କରିବା ପୁଣ


କେତେ ହଟହଟା ବିଦେଶୀ ହୋଇ

ଭାରତରୁ ପୁଣି ବିଦାୟ ନେଇ


ତ୍ରିରଙ୍ଗା ଆମର ଆକାଶେ ଉଡିଲା

ଆମ ଶାସନ ଡୋରି ଆମ ହାତେ ଆସିଲା ll


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational