ଆମେ ଗୋଟିଏ ମା 'ର ସନ୍ତାନ
ଆମେ ଗୋଟିଏ ମା 'ର ସନ୍ତାନ
ଆମେରେ ସଭିଏଁ ଗୋଟିଏ ମାଆର
ସନ୍ତାନ ଭାଇ ଭଉଣୀ
ଭାରତୀୟ ସବୁ ଏକ ପରିବାର
ମାଆ ଆମ ଠାକୁରାଣୀ
ତାହାରି ସନ୍ତାନ ଆମେ ରେ ସରବେ
ନାହିଁ ଅଜାତି କି ଜାତି
ବ୍ରାହ୍ମଣ ବଇଶ ଚାଣ୍ଡାଳ ଶୂଦ୍ରରେ
ଭାରତୀୟ ଆମ ଜାତି
ସଭିଙ୍କ ଦେହରେ ରକତ ବହୁଛି
ସମାନ ଏକା ନାଲିଆ
ଆହାକି ସୁନ୍ଦର ବିଭିନ୍ନତା ମଧ୍ୟେ
ବିଶ୍ୱେ ଭାରତ ବଢିଆ
କୋଳେ ଧରି ଅଛି ସଭିଙ୍କୁ ଏକାଠି
ହିନ୍ଦୁ ଅବା ଖ୍ରୀଷ୍ଟିଆନ
ମୁସଲମାନ ଜୈନ ବୁଦ୍ଧ ସନାତନ
ସଭିଏଁ ମା ର ସନ୍ତାନ
ଭାଷା ଭିନ୍ନ ଏଠି ମନ ଯେ ଏକାଠି
ନାହିଁ ଏଠି ମନାନ୍ତର
ଧର୍ମାଲମ୍ବୀ ଏଠି ଭିନ୍ନ ଭିନ୍ନ ଏଠି
ଲକ୍ଷ୍ୟ ଏକା ସଭିଙ୍କର
ବିଲ ବଣ ଅଛି ସଭିଙ୍କ ପାଇଁକି
ଜଳ ଅଛି ପାଇଁ ଚାଷ
ଆସରେ ସଭିଏଁ ମିଳିମିଶି ଭାଇ
ରଖିବା ମାଆର ଯଶ
ଦେଇଛି ଆମକୁ ଜୀବନରେ ଭାଇ
ସାରା ବିଶ୍ୱେ ପରିଚୟ
ଆସରେ ସଭିଏଁ ଏକାଠି କହିବା
ଭାରତ ମାତା କି ଜୟ
