STORYMIRROR

PRABHAS KUMAR MOHAPATRA

Abstract

2  

PRABHAS KUMAR MOHAPATRA

Abstract

ଆମେ ଗୋଟିଏ ମା 'ର ସନ୍ତାନ

ଆମେ ଗୋଟିଏ ମା 'ର ସନ୍ତାନ

1 min
318

ଆମେରେ ସଭିଏଁ ଗୋଟିଏ ମାଆର

ସନ୍ତାନ ଭାଇ ଭଉଣୀ

ଭାରତୀୟ ସବୁ ଏକ ପରିବାର

ମାଆ ଆମ ଠାକୁରାଣୀ


ତାହାରି ସନ୍ତାନ ଆମେ ରେ ସରବେ

ନାହିଁ ଅଜାତି କି ଜାତି

ବ୍ରାହ୍ମଣ ବଇଶ ଚାଣ୍ଡାଳ ଶୂଦ୍ରରେ

ଭାରତୀୟ ଆମ ଜାତି


ସଭିଙ୍କ ଦେହରେ ରକତ ବହୁଛି

ସମାନ ଏକା ନାଲିଆ

ଆହାକି ସୁନ୍ଦର ବିଭିନ୍ନତା ମଧ୍ୟେ

ବିଶ୍ୱେ ଭାରତ ବଢିଆ


କୋଳେ ଧରି ଅଛି ସଭିଙ୍କୁ ଏକାଠି

ହିନ୍ଦୁ ଅବା ଖ୍ରୀଷ୍ଟିଆନ

ମୁସଲମାନ ଜୈନ ବୁଦ୍ଧ ସନାତନ

ସଭିଏଁ ମା ର ସନ୍ତାନ


ଭାଷା ଭିନ୍ନ ଏଠି ମନ ଯେ ଏକାଠି

ନାହିଁ ଏଠି ମନାନ୍ତର

ଧର୍ମାଲମ୍ବୀ ଏଠି ଭିନ୍ନ ଭିନ୍ନ ଏଠି

ଲକ୍ଷ୍ୟ ଏକା ସଭିଙ୍କର


ବିଲ ବଣ ଅଛି ସଭିଙ୍କ ପାଇଁକି

ଜଳ ଅଛି ପାଇଁ ଚାଷ

ଆସରେ ସଭିଏଁ ମିଳିମିଶି ଭାଇ

ରଖିବା ମାଆର ଯଶ


ଦେଇଛି ଆମକୁ ଜୀବନରେ ଭାଇ

ସାରା ବିଶ୍ୱେ ପରିଚୟ

ଆସରେ ସଭିଏଁ ଏକାଠି କହିବା

ଭାରତ ମାତା କି ଜୟ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract