STORYMIRROR

Jayashree Maharana

Abstract

2  

Jayashree Maharana

Abstract

ଆମେ ଭାରତୀୟ

ଆମେ ଭାରତୀୟ

1 min
108

କୋଟି କୋଟି ଜନ ଭାରତ ବର୍ଷରେ

    ବାସ କରୁଛନ୍ତି ମୁକ୍ତ ଭାବରେ

ଭିନ୍ନ ଭିନ୍ନ ଭାଷା ଭିନ୍ନ ରାଇଜରେ

   ବିଦ୍ୱେଷ ଭାବନା ନାହିଁ ମନରେ


ରାଷ୍ଟ୍ରଭାଷା ହିନ୍ଦୀ ସବୁଠୁ ମଧୁର

   ସଭିଙ୍କୁ ବାନ୍ଧିଛି ଏକତା ଡୋରେ

ଦେଶ ଭିତରରେ ଯେଉଁ ରାଜ୍ୟ ଯିବା

     ସହଜ ହୁଅଇ କଥାବାର୍ତ୍ତାରେ


ଅନେକ ଧର୍ମର ଲୋକଙ୍କ ବିଶ୍ୱାସ

    ଅତୁଟ ରହିଛି ଭକ୍ତି ଭାବରେ

ମନ୍ଦିର ମସଜିଦ ଗୀର୍ଜା ଗୁରୁଦ୍ୱାର

    ରହିଛି ଏକତ୍ର ଦେଶ ମଧ୍ୟରେ


ସଭିଏଁ  ନିଜର  ଧରମ  ମାନନ୍ତି

    ପାଳନ୍ତି ପରବ ବିନା ବାଧାରେ

ଆକ୍ଷେପ ଆକ୍ରୋଶ ମନରେ ନରଖି

    ସମ୍ମାନ କରନ୍ତି ସ୍ୱଚ୍ଛ ହୃଦରେ


ଜଳବାୟୁ  ଭିନ୍ନ ଭୁମିରୂପ ଭିନ୍ନ

   ଭିନ୍ନତା ରହିଛି ବେଶଭୂଷାରେ

ଖାଦ୍ୟରେ ଭିନ୍ନତା ପୋଷାକ ଅଲଗା

   ଆଦରି ନିଅନ୍ତି ନିଜ ଇଚ୍ଛାରେ


ମିଳିମିଶି  ସର୍ବେ ଏକତ୍ର ଚଳୁଛୁ

  ବିଶାଳ ଅଖଣ୍ଡ ଆମ ଦେଶରେ

ଅନ୍ୟର ବିପଦେ ସାହାଯ୍ୟ କରୁଛୁ

  ଭାଗ ନେଉଅଛୁ ସୁଖ ଦୁଃଖରେ


ଦେଶର ଉନ୍ନତି କାମନା ଆମର

   ଦେଶପ୍ରୀତି ଗୀତ ଗାଉ ତୁଣ୍ଡରେ

ବିଦେଶରେ ଆମେ ଭାରତୀୟ ବୋଲି

   ପରିଚୟ ଦେଉ ସର୍ବେ ଗର୍ବରେ


ഈ കണ്ടെൻറ്റിനെ റേറ്റ് ചെയ്യുക
ലോഗിൻ

Similar oriya poem from Abstract