STORYMIRROR

Balaram Barik

Fantasy Inspirational

3  

Balaram Barik

Fantasy Inspirational

ଆମେ ଭାରତୀୟ ନାଗରିକ

ଆମେ ଭାରତୀୟ ନାଗରିକ

1 min
239


ଶାସନ ଯା ପାଶେ   କ୍ଷମତା ତା ପାଶେ 

        ଭାରତର ରାଜନୀତି।

ଅନୀତିରେ ଭରା    ଅଟେ ରାଷ୍ଟ୍ରନୀତି 

      ହୋଇଲାଣି ଅଧୋଗତି।


ପୋଲିସ ପହଞ୍ଚେ    ଚୋରି ହେଲାପରେ 

    ବଇଦ ପହଞ୍ଚେ ମଳୁ ମଲେ 

ଧର୍ଷିତା କପଡା     ଫଡା ହେଲାପରେ 

    କୋର୍ଟ ଦୁଆର ଏଠି ଖୋଲେ।


ବେକାରୀ ହେବାକୁ      ପଇସା ମିଳୁଛି 

      ଜୟ ଜୟ ଗାନ କଲେ।

 ଚାକର ହେବାଟା        ସପନ ଲାଗଇ   

      ଖାଲି ଚପଲ ଘଷି ମୁଁ ଚାଲେ।


ନେତା ହେବା ପାଇଁ   ମାର୍ଗଟି ଅଟେ ସହଜ 

       ଯଦି ଅଟ ଅଭିନେତା

ପ୍ରତି ପାଞ୍ଚ ବର୍ଷେ     ଟିକଟଟେ ପାଇବ 

       କଲେ ବେଶୀ ଚାଟୁକାରିତା।


ଗଣତନ୍ତ୍ରର ସ୍ତମ୍ଭ      ଦୋହଲି ପଡ଼ଇ 

      ଭ୍ରଷ୍ଟାଚାର ପ୍ରହାରରେ।

ଅନ୍ଧ ସାଜିଯାଏ     ଏ ଦେଶ କାନୁନ

      ଗର୍ଵ କରୁ ତୁଚ୍ଛାଟାରେ।


ଏ ଘର ମାଉସୀ      ସେ ଘର ପିଉଷୀ 

      ଅଟେ ଏ ଦେଶର ମିଡିଆ

କଲମେ ବଲମ କାଳୀ     ଭରା ହୁଏ ଏଠି

      ଚୁପ୍ ଚାପ୍ ଖାଇ ପୁଡ଼ିଆ।


ନିଇତି ପ୍ରଗତି        ବାଧା ପାଏ ଏଠି 

       ଦ୍ୱାହି ଦେଇ ସମ୍ବିଧାନର।

ଭାଷଣ ଭୀଷଣ       ହୁଏନି କର୍ଷଣ

       ଖେଳ ଯେ ଅଲଗା ପ୍ରକାର।


ଅଳସୁଆ ଆମେ      ଚେଇଁ ଶୁଆ ଆମେ 

      ପଡେ ନାହିଁ କିଛି ଫରକ।

ଦେଶ ବୁଡି ଯାଉ    ଜାତି ଭାସିଯାଉ

      ରହୁ ବାପ ନାଁ ଟିକକ ।

ଭାଇ ଆମେ ଭାରତୀୟ ନାଗରିକ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy