STORYMIRROR

Niranjan Sahu

Inspirational

3  

Niranjan Sahu

Inspirational

ଆମେ ଭାଗ୍ୟବାନ ବୋଲି

ଆମେ ଭାଗ୍ୟବାନ ବୋଲି

1 min
412

କି ସୁନ୍ଦର ଆମ ଜାତୀୟ ପତକା

ଧରିଛି ତିନୋଟି ରଙ୍ଗ

ତ୍ରିରଙ୍ଗା ବୋଲି ନାମ ଟେ ପାଇଛି

ଭାରତ ମାତାର ସଙ୍ଗ,


ଶାନ୍ତି ମୈତ୍ରୀ ପ୍ରୀତି ପ୍ରତୀକ ଲଭିଛି

ଭାରତ ମାଆ ର କୋଳେ

ଭାରତ ପାଇଁ ଆଜି ଆକାଶେ ଉଡୁଛି

ପବନ ର ତାଳେ ତାଳେ


ଯେତେ ଯେତେ ଅଛି ସୃଷ୍ଟି ରେ ପତକା

ତ୍ରିରଙ୍ଗା ପତକା ସୁନ୍ଦର

ତ୍ରିରଙ୍ଗା କହିଲେ ଭାରତ ବୁଝାଏ

ବିଶ୍ୱ କୁ ହୁଏ ଗୋଚର,


ତ୍ରିରଙ୍ଗା ଟିଏ ହାତରେ ଥିଲେ

ଛାତି ହୋଇଯାଏ ମୋଟ

ଭାରତ ଆମର ସବୁଠୁ ସୁନ୍ଦର

କେଉଁଥିରେ ନୁହେଁ ଛୋଟ,


ଆସ ଭାଇ ଭଉଣୀ ଏକାଠି ହେବା

ତ୍ରିରଙ୍ଗା ହାତରେ ଧରିବା

ଆଜି ପରା ଅଟେ ସ୍ୱାଧୀନତା ଦିବସ

ଜନ ଗଣ ମନ ଗାଇବା


ସାରା ବିଶ୍ୱକୁ ଜଣେଇ ଦେବା

ଭାରତ ସ୍ୱାଧୀନ ବୋଲି

ସ୍ୱାଧୀନ ଦେଶର ସନ୍ତାନ ଆମେ

ଆମେ ଭାଗ୍ୟବାନ ବୋଲି,

ଜୟ ହିନ୍ଦ,ବନ୍ଦେ ମାତରମ ,ମେରା ଭାରତ ମହାନ,


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational