STORYMIRROR

Pranati Mahapatra

Inspirational Children

3  

Pranati Mahapatra

Inspirational Children

ଆମେ ଆଗାମୀ କାଲିର ଭବିଷ୍ୟ

ଆମେ ଆଗାମୀ କାଲିର ଭବିଷ୍ୟ

1 min
282


ଆମେ ସବୁ ଶିଶୁ କଳିକା

ପ୍ରତିଭାରେ ନୋହୁଁ କମ୍,

ପାଠ ପଢି ପୂର୍ବ ଜ୍ଞାନୀ ଗୁଣୀଙ୍କୁ

ଅନୁସରି ଦେଖାଉ ଆମ ଦମ୍।


ସ୍ଵଳ୍ପ ବୟସରେ ନାନା କୌଶଳରେ

ନୂଆ ନୂଆ କାର୍ଯ୍ୟ କରୁଛୁ,

ବରିଷ୍ଠ ଅଭିଜ୍ଞ ଜ୍ଞାନୀ ବ୍ୟକ୍ତି ଭଳି

ନୂଆ ଉଦ୍ଭାବନ ଦେଖାଉଛୁ।


ଛୋଟ ଛୋଟ ଆବର୍ଜନା ବ୍ୟବହାରେ

ସୁନ୍ଦର ପଦାର୍ଥ ଗଢୁଛୁ,

ଅବ୍ୟବହୃତ ପଦାର୍ଥକୁ ନେଇ

ଚର୍ଚ୍ଚାରେ ଆମେ ରହୁଛୁ।


ଗୀତ,ନାଚ,ବାଦ୍ୟ ସବୁଥିରେ ଆଜି

ପଛୁଆ ନୁହେଁ ଆଗରେ,

ଦେଶ ବିଦେଶର ଖବର ଜାଣୁଛୁ

ଆମେ ତ ସବୁଠି ଆଗରେ।


ଆମ ବିଦ୍ୟା ବୁଦ୍ଧି ଜ୍ଞାନ କୌଶଳରେ

ପୁରସ୍କୃତ ନିତି ହେଉଛୁ,

ବାପାମାଆ,ଗାଆଁ, ରାଜ୍ୟ ଓ ଦେଶର

ଗୌରବ ବି ବଢାଉଛୁ।


କୁନି ପିଲା ଆଜି ଆସନ୍ତା କାଲିର

ଭବିଷ୍ୟତ ଏ ଦେଶର,

ଉତ୍ତମ ଶିକ୍ଷା ସଂସ୍କାର ବଳେ ଆମେ

ପାଉ କେତେ ପୁରସ୍କାର।


ଭବିଷ୍ୟତ ଆମେ ଶିଶୁ ତ ଆଜିର ହେବୁ ଆଗାମୀ କାଲିର,

ଉଡାଇବୁ ଯଶ ଗୌରବ ବାନା

ଆମେ ଆମ ଭାରତର।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational