STORYMIRROR

Ansuman Swain

Children

3  

Ansuman Swain

Children

ଆମ୍ଭେ ସବୁ ସଜ ଫୁଲ

ଆମ୍ଭେ ସବୁ ସଜ ଫୁଲ

1 min
240


ଆମ୍ଭେ ସବୁ ସାଙ୍ଗ ସାଥି 

        ଭାଇ ଭଉଣୀ

ଦୁଃଖେ ସୁଖେ ଆମ୍ଭ ସାଥି 

        ଆମ ଜନନୀ

ଆମ୍ଭେ ସବୁ ସଜ ଫୁଲ

       ଭାବର ମଣି

ଆମ୍ଭେ ହସୁ ଥିଲେ ସଦା

       ହସେ ଧରଣୀ

 ଆମେ ସବୁ ସାଙ୍ଗ ସାଥି 

        ଭାଇ ଭଉଣୀ.....

ପ୍ରଥମରୁ ଆଜି ଯାଏ 

     ରହିଛେ ସାଥେ

ଆମ ସ୍ନେହ,ପ୍ରେମ ଆଜି

      ହସୁଛି ମନେ

ଗୁରୁଜୀଙ୍କ ଛାଟ ମାଡ଼

      ଦେଇଛି ଶକ୍ତି

ତାଙ୍କ ପାଇଁ ଏ ହୃଦୟ

     ପାଉଛି ଶାନ୍ତି

ଆମ୍ଭେ ସବୁ ଭାବ ମୟ

       ସୁନା ହରିଣୀ

ଆମ୍ଭେ ସବୁ ସାଙ୍ଗ ସାଥି 

              ଭାଇ ଭଉଣୀ......

ରାଗ ରୁଷା ଆମ୍ଭ ମନେ

      ଥିଲା ଅନେକ 

ସମାୟାନୁ କର୍ମେ ସିଏ 

      ହୋଇଲା ଶୂନ୍ୟ

କେତେ ଥଟ୍ଟା ମଜା ହୁଏ 

      ଆମ ଗହଣେ

ହସ ଖୁସି ସାଉଁଟନ୍ତି

       ଆମ ଜୀବନେ

ସେଥି ପାଇଁ ହସି ଉଠେ 

      ଆମ ଜନନୀ

ଆମ୍ଭେ ସବୁ ସାଙ୍ଗ ସାଥି 

              ଭାଇ ଭଉଣୀ........



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children