STORYMIRROR

Sunanda Mohanty

Action Classics Inspirational

3  

Sunanda Mohanty

Action Classics Inspirational

ଆମ ଉତ୍କଳୀୟ ରଙ୍ଗ

ଆମ ଉତ୍କଳୀୟ ରଙ୍ଗ

1 min
188

ଆମେ ତ ଉତ୍କଳ ସନ୍ତାନ

ଉତ୍କଳୀୟ ଆମ ମନ

ଆମେ ତ ଉତ୍କଳ ସନ୍ତାନ

ସ୍ବାଧିନ ଚେତା ଆମ ସମ୍ମାନ

ଆମେ ତ ଉତ୍କଳ ସନ୍ତାନ

ପାଇକ ବୀର ସଚେତନ

ମଧୁ ମାଟିରେ ମଧୁସୁଦନ

ଫକୀରମୋହନଙ୍କ ଜନ୍ମ

ଦାସକାଠିଆ ପାଲା ଗୋଟିପୁଅ

ଓଡ଼ିଶୀ ଗୀତ ନାଚରେ ମନ

ଗୌରୀଶଙ୍କରଙ୍କ ସାହିତ୍ୟ ଅବଦାନ

କୋଣାର୍କ ଶିଳ୍ପ ଚତୁରୀ ନିଦର୍ଶନ

ଚରୁଚିତ୍ର ପଟ ବାଲୁକା କଳା ସ୍ଥାପନ

ମନ୍ଦିର ମାଳିନୀ ନଗରୀ ମହାନ

ଚମ୍ପୁ ଛାନ୍ଦ ଜଣାଣ ଭଜନ

ଭାଗବତ ଟୁଙ୍ଗୀ ସଂସ୍କୃତି ସୋପାନ

ଏପ୍ରିଲ ପହିଲା ଉତ୍କଳ ଦିବସ ସ୍ଥାପନ

ଭାଷା ସାହିତ୍ୟରେ ଖୋଲା ଅଭିଧାନ

ଆମେ ତ ଉତ୍କଳ ସନ୍ତାନ

ଜଗନ୍ନାଥ ଙ୍କ ପାଶେ ଆମ ମନ

ସଭିଙ୍କୁ ସାହା ହୁଅ ଏହି ନିବେଦନ

ଶାନ୍ତି ପ୍ରୀତି ମୈତ୍ରୀ ରେ ଓଡିଶା

ଭାଇ ଭଉଣୀଙ୍କ ଏକ ପ୍ରାଣ ଏକ ମନ

ଭାଷା ସାହିତ୍ୟ ସଂସ୍କୃତି ପରମ୍ପରା ଜୀବନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action