Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Sukadev Mahanta

Inspirational

4  

Sukadev Mahanta

Inspirational

ଆମ ସୁପରମ୍ୟାନ୍

ଆମ ସୁପରମ୍ୟାନ୍

1 min
219


ଯାଇଥିଲି ଦିନେ    ସଞ୍ଜବେଳଟାରେ

       ଧାନ କ୍ଷେତ ଆଡେ ବୁଲି

ବରଷ ଯାକର      ସୁନାର ଫସଲ

     ସୁରକ୍ଷିତ ହେବ ବୋଲି ||


ଦୂରରୁ ଶୁଣିଣ     ପଶୁଙ୍କ ଶବଦ

     ମନେ ମୁହିଁ ସ୍ଥିର କଲି  

ଗଛର ଡାଳରେ    ମଞ୍ଚର ଭିତରେ 

      ରହି ମୁଁ ଜଗିବି  ବୋଲି ||


ବିଭାବରୀ କ୍ରମେ     ହେଲା  ଅଗ୍ରସର

      ନିଃଶବ୍ଦ ହେଲା ଧରଣୀ

ଜହ୍ନ ତାରା ମେଳେ      ଆକାଶ ପଥରେ

     ଆସି ରଚିଲା ରୋଷଣୀ ||

 

ଏହି ସନ୍ଧି କ୍ଷଣେ       ଦେଖିଲି ଗଗନେ

      ଅତି ଉଜ୍ୱଳ  ଆଲୋକେ

ଉଦ୍ଭାସିତ  କରି      ଓହ୍ଲାଇ ଆସିଲା

   ବ୍ୟୋମଯାନ ସେ ମୁଲକେ ||


କବାଟ ଖୋଲିଣ     ବାହାରି ଆସିଲେ

       ନର ନାରୀ ଦୁଇଜଣ 

ଭୂମି ପରେ ରଖି      କଅଁଳା ଶିଶୁଟେ

        କରିଲେ ପ୍ରତ୍ୟାଗମନ ||


ଯାନ ଚାଲିଗଲା      ଆକାଶ ମାର୍ଗରେ

      କିଛି ମୁହୂର୍ତ୍ତ ମଧ୍ୟରେ

କଅଁଳା ଶିଶୁର       କ୍ରନ୍ଦନ ଶୁଣି ମୁଁ

    ପହଞ୍ଚିଲି ଯାଇ ଖରେ ||


ଆଠ ବରଷର       ଦାମ୍ପତ୍ୟ ଜୀବନେ

        ନିଃସନ୍ତାନ  ଥିଲି ମୁହିଁ

ତେଣୁ ମୁଁ  ଆନନ୍ଦେ      ପାଳିଲି ତାହାକୁ

        ସେଦିନୁ  ଘରକୁ ନେଇ ||


ଚନ୍ଦ୍ରକଳା  ପରି      ବଢିଲା ସେ ଶିଶୁ

      ବିଦ୍ୟାଳୟେ ଗଲା ସିଏ

ଅସାଧାରଣ ସେ        ବିଦ୍ୟା ଓ ବୁଦ୍ଧିରେ

     ନଥିଲା ତା ସରି କିଏ ||


 ଆଠ ବରଷର     ହୋଇଥିବା ବେଳେ  

     ଅଝଟ କରିଣ ଦିନେ 

ମୋ ସାଥିରେ ଗଲା      ଧାନ ଜଗିବାକୁ

     ସିିଏ ସେହି ସନ୍ଧିକ୍ଷଣେ ||


ନିଶାର୍ଦ୍ଧ ହୁଅନ୍ତେ     ବଣୁଆଁ ହାତୀଟେ

      ଧାନକ୍ଷେତକୁ  ଆସିଲା

ପାଚିଲା ଧାନକୁ    ଖାଇବାର ଦେଖି

     ତା ପାଖକୁ ମାଡି ଗଲା ||


ହାତୀର ଶୁଣ୍ଢକୁ     ଶକ୍ତ ଚାପୁଡାଟେ 

    ମାରିଦିଅନ୍ତେ ସେ ପିଲା

ଚିତ୍କାର କରିଣ     ସେହି ସ୍ଥାନ ଛାଡି

      ଦ୍ରୁତବେଗେ ପଳାଇଲା ||


ମୋ ଘରକୁ ଦିନେ  ଚୋର ପଶି ଗୁଳି

    ତା ଦେହକୁ ମାରି ଦେଲା

ଗୁଳି ଫେରିଯାଇ  ଚୋରକୁ  ମାରିଲା

     ମୋ ପୁଅ ଅକ୍ଷତ ଥିଲା ||  


ଏହିପରି କେତେ     ବିପଦ  ଆପଦୁ

      ସିଏ ରକ୍ଷା  କରୁଥିଲା

ସଭିଙ୍କର ଦ୍ୱାରା     ସୁପରମ୍ୟାନ୍ ବୋଲି

      ବୋଲାଇଲା ସେହି ପିଲା || 


ଗ୍ରାମ ବିଦ୍ୟାଳୟୁ     ପାଠ ପଢା ସାରି

      ସହରକୁ ସିଏ ଗଲା

ସାମ୍ବାଦିକତାର      ଡିଗ୍ରୀ ଲାଭ କରି

    ସାମ୍ବାଦିକତା ସେ କଲା ||


ଅନ୍ୟାୟ ଅନୀତି     ଶୋଷଣ  ବିରୁଦ୍ଧେ

     ସଂଗ୍ରାମ  ଜାରି ରଖିଲା

ସତ୍ୟ ଖବରର      ପ୍ରକାଶ କରିଲା

    କାହାକୁ ଡରୁ ନଥିଲା ||


ଦୁର୍ନୀତିଖୋରର    ମୁଖା ଖୋଲିଦେଲା

     ଗୁଣ୍ଡାଙ୍କୁ   ଦମନ କଲା

ନିରୀହ ଜନତା    ପାଖରେ ପହଞ୍ଚି

     ଅତ୍ୟାଚାର ଲୋପ କଲା ||


ଯେଉଁଠି ଶୁଣିବ    ସୁପର ମ୍ୟାନର

      ଚାଲିଥାଏ ଗୁଣଗାନ

କୌଣସି  ଅସ୍ତ୍ରରେ      ହତ ହୁଏ ନାହିଁ

     ସେତ ଥିଲା ଆୟୁଷ୍ମାନ ||

 

ଅନ୍ୟ ଗ୍ରହର ସେ     ମଣିଷ ଅଟଇ

    ସୁପରମ୍ୟାନ୍ ପୁଅ ଆମ

ଗୁଣ୍ଡା ଚୋର ଖଣ୍ଟ      ଦୁର୍ମତି ଜନର 

      ଅଟେ ଜାଣ ସିଏ ଯମ ||  


     


       



Rate this content
Log in