STORYMIRROR

pranati Mahapatra

Inspirational

3  

pranati Mahapatra

Inspirational

ଆମ ସଂସ୍କୃତି

ଆମ ସଂସ୍କୃତି

1 min
203

ସାଗର ଦୁଲଣୀ ଲକ୍ଷ୍ମୀ ଠାକୁରାଣୀ

  ସିନ୍ଧୁ ସୁତା ଜେମାଦେଇ,

ଅନ୍ନପୂର୍ଣ୍ଣା ଅନ୍ନଦାତ୍ରୀ ଶ୍ରୀସମ୍ପନ୍ନା

  ମହାଲକ୍ଷ୍ମୀ ମହାମାୟୀ।


ଜଗତ ପାଳିକା ସର୍ବତ୍ର ପୂଜିତା

ପରଂବ୍ରହ୍ମ ସ୍ଵରୁପିଣୀ,

ଅନ୍ନ ଦେଇ ସଭିଙ୍କୁ ପାଳନ କରଇ

ତୁମେ ଲକ୍ଷ୍ମୀ ଠାକୁରାଣୀ।


ମାସ ମଧ୍ୟେ ଶ୍ରେଷ୍ଠ ମାର୍ଗଶୀର ଜାଣ

ବାର ପୁଣି ଗୁରୁବାର,

ଅତିପ୍ରିୟ ଏହି ମଗୁଶିର ପରା

ମାଆ ମହାଲକ୍ଷ୍ମୀଙ୍କର।


ପଢୁଆଁ ଅଷ୍ଟମୀ ପର ଗୁରୁବାର 

ଠାରୁ ମାଣବସା ହୁଏ,

ଶୁକ୍ଳଧାନ ଶିଶା ମେଣ୍ଟ କରି ଦେଇ

ସ୍ୱୟଂ ମା ବିରାଜିତା ଆଏ।


ମାଣପରେ ଚୁଳ ଆଖୁ ମୂଳା କଦଳୀ 

ଆଉ ପୁଷ୍ପ ନବବସ୍ତ୍ର ରଖି,

ନାନା ଉପଚାରେ ପୂଜାପାଇଥାନ୍ତି

ଖଟୁଲୀରେ ମହାଲକ୍ଷ୍ମୀ।


ମାଣବସା ଗୁରୁବାର ଓଡ଼ିଶାର

ଅତି ପ୍ରିୟ ବ୍ରତ ଅଟେ,

ଶୁଦ୍ଧପୂତ ଭାବେ ସ୍ଵଚ୍ଛ କରି ଘର

ଝୋଟି ଚିତା ଫୁଟି ଉଠେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational