STORYMIRROR

Devipriya Das

Inspirational

3  

Devipriya Das

Inspirational

ଆମ ସ୍ବାଧୀନତା

ଆମ ସ୍ବାଧୀନତା

1 min
314

ଦୀର୍ଘ ଦୁଇ ଶହ ବର୍ଷର ଫିରିଙ୍ଗିଙ୍କ

ଅତ୍ୟାଚାରର ହୋଇଲେ ଆମେ

ଶିକାର ପୁଣି ତାଙ୍କ ଅଧୀନରେ

ରହି ମୋ ଦେଶବାସୀ ସହିଲେ

ଅକଥନୀୟ କଷଣ ତାଙ୍କର।

ଏହି ଅତ୍ୟାଚାରର ହୋଇଲା

ଅନ୍ତ ଯେବେ କୋଟି କୋଟି

ଭାରତୀୟ ହୋଇ ଏକତ୍ର

କରିଲେ ସ୍ୱର ଉତ୍ତୋଳନ ସେହି

ନିଷ୍ଠୁର ଇଂରାଜୀ ସରକାରର

ଅତ୍ୟାଚାରର ଏହା ନ ସହି

ପାରି ଛାଡି ପଳେଇଲେ ଭାରତଭୂମି

ହୋଇ ଭୟରେ ଥରହର।

ଶେଷରେ ଆମେ ଭାରତୀୟ

ହୋଇଲେ ସ୍ୱାଧୀନ ସନ୧୯୪୭ ମସିହା

ଅଗଷ୍ଟ ୧୫ ତାରିଖରେ ଭାରତର

ଛୁଆ ଠାରୁ ବୁଢ଼ା ଯାଏଁ ସଭିଏଁ

ଖୁସିରେ ଉଲ୍ଲାସ ଓ ହରଷ।

ଏହି ସ୍ୱାଧୀନତା ପାଇଁ କେତେ

ଯେ ମହାପୁରୁଷଙ୍କୁ ଆମର

ଦେବାକୁ ପଡ଼ିଛି ବଳିଦାନ ତାଙ୍କ

ବହୁତ୍ ମୂଲ୍ୟ ଜୀବନକୁ।

ଆମ ଏହି ସ୍ୱାଧୀନ ତାକୁ 

କରିବାକୁ ମୂଲ୍ୟବାନ ଆମ

ଦେଶର ବୁଦ୍ଧିଜନ କରିଲେ

କେତେ ଯେ ଯୋଜନା ମାନ।

 କରିବାକୁ ପରିଣତ ଏକ ରାମ

ରାଜ୍ୟରେ କଲେଯେ ଅନେକ

ଉପାୟ ମାନ। ହେଲେ 

ଏ ଯାଏଁ ଆମ ସ୍ୱାଧୀନତାର

 ପ୍ରକୃତ ଲକ୍ଷ୍ୟ ହୋଇଛି

କି ଆମର ପୂରଣ।

ଯେଉଁ ଆଡେ ଦେଖିଲେ ଏଠି

ସେଠାରେ ଅନ୍ୟାନ୍ୟ ଅତ୍ୟାଚାର 

ଦୁର୍ନିତୀ କରିଛି ତାର କାୟା ବିସ୍ତାର

ପୁଣି ଵେରୋଜଗାରି ତା ସହ  

ଆତଙ୍କବାଦ, ସାମ୍ପ୍ରଦାୟିକ ହିଂସାକାଣ୍ଡ ପୁଣି

ଯୈାତୁକ ଜନିତ ହତ୍ୟା ବଳାତ୍କାର 

ଘୋରୋଇ ହିଂସାକୁ ରାଜନୈତିକ ଅସ୍ଥିରତା

ପୁଣି ଅର୍ଥନୈତିକ ଅବସ୍ଥା ଭୁସୁଡିବା ଆଉ

ପୁଣି ପ୍ରକୃତିର କରାଳ ଦାଉ ଅନ୍ଧବିଶ୍ୱାସ ଓ କୁସଂସ୍କାର

ସବୁ ଆମ ସ୍ୱାଧୀନତାକୁ କରୁଛି କଳୁଷିତ।

ଇଂରେଜ ଶାସନରୁ ସିନା ହୋଇଛେ ସ୍ୱାଧୀନ

ହେଲେ ଏତେ ସବୁ ଅସୁବିଧା ଆମ

ସ୍ୱାଧୀନ ତାକୁ କରି ରଖିଛି ପରାଧୀନ।

ତେଣୁ ଆମ ସ୍ୱାଧୀନତାକୁ କରି ସଫଳ

ଗଢ଼ିବାକୁ ହେବ ଆମକୁ ଏକ ରାମରାଜ୍ୟ।

ତେଣୁ କରୁଛି ମୋ ଦେଶର ଯୁବଗୋଷ୍ଠୀକୁ

ମୁଁ ଅନୁରୋଧ ଆମକୁ ଆଗେଇ ଆସି ଆମ

ସ୍ୱାଧୀନତାକୁ କରିବାକୁ ହେବ ସଫଳ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational