STORYMIRROR

Anam Charan Sahoo

Inspirational

3  

Anam Charan Sahoo

Inspirational

ଆମ ପରିବେଶ

ଆମ ପରିବେଶ

1 min
498

ଅଣଚାଶ ବହିଲାଣି ଜୀବନକୁ ଦହିଲାଣି

ପରିବେଶ ଆଜି ଆମ ଯେଣୁ ଦୂଷିତ

ଓଢଣି ତା ଚିରିଲାଣି ମନ ତା'ର ମରିଲାଣି

ଅମାନିଆ ହୋଇଲାଣି କଳା ଜୀମୂତ।


ଭୟଙ୍କର ସୌର ରେଣୁ ନିପତିତ ହୁଏ ଯେଣୁ

ତପତ ହୁଅଇ ଧରା ଅତି ସହଜେ

ଶରୀରରୁ ନେବ ପ୍ରାଣ ପକାଇଛି କାଳେ ରାଣ

ପଶେ ନାହିଁ ମାନବର ସୁପ୍ତ ମଗଜେ।


ଆସିଲେ ଉତ୍ତରା ବାଆ ନ ହୁଅନ୍ତି କେହି ସାହା

ହାଡ଼ଭଙ୍ଗା ଶୀତ ହୁଏ ଥଣ୍ଡା ଲହରେ

ନ ଦିଶଇ ରାସ୍ତାଘାଟ ଧୂଳି, ଧୂଆଁ ଆଚ୍ଛାଦିତ

ଥାଅ ଯହିଁ ଗାଆଁ ଅବା ବଡ଼ ସହରେ।


ପ୍ଲାଷ୍ଟିକ ବୋତଲ ଥଳି ଚାଷ ଜମି ରାସ୍ତା ଗଳି

ଜଳାଶୟ ବଣଭୋଜି ଆଦି ସ୍ଥାନରେ

ପଡ଼ିରହି ହସୁଥାଏ ଦୁର୍ଦ୍ଦିନର ଗୀତ ଗାଏ

ଭରି ଚତୁର୍ଦ୍ଦିଗ ଆବର୍ଜନା ଜହରେ।


ସୁଖରେ ବଞ୍ଚିବା ପାଇଁ ଗଛଲତା ବଳି ଦେଇ

କଳକାରଖାନା କେତେ ହୁଏ ତିଆରି

ଜଳବାୟୁ ପ୍ରଦୂଷଣ ଅଟେ ଦୁଃଖର କାରଣ

ମୁଣ୍ଡେ ନ ପଶି ବୁଦ୍ଧି ଆଉ କାହାରି।


ଶ୍ବାସ ପ୍ରଶ୍ବାସ ଜନିତ ରୋଗ ବହୁ ହୁଏ ଜାତ

ମଣିଷର ଜୀବନଟା ମାଟି ଖେଳନା

କେବେ କାହା ଦୀପ ଲିଭି ଜୀବ ଯିବ ଭାବିଭାବି

ହୃଦୟରେ ଭରିଯାଏ ବହୁ ଯାତନା।


ଶୁଣ ମୋର ଟିକି ବାଣୀ ଗଛ ନପକାଅ ହାଣି

ଉସର ଜମିରେ ଚାରା କର ରୋପଣ

ମାଟି ପାଣି ଦେଇ ପୁଣ ନେଲେ ତାହାର ଯତନ

ପରିବେଶ ଯୋଗାଇବ ସୁସ୍ଥ ଜୀବନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational