STORYMIRROR

Rabindra kumar Sahoo

Abstract Tragedy

4  

Rabindra kumar Sahoo

Abstract Tragedy

ଆମ ପ୍ରେମ ରହିଲା ଅଧା

ଆମ ପ୍ରେମ ରହିଲା ଅଧା

1 min
253

   ତୁ ମନେ ପକଉଛୁ ମୋତେ

   ମୁଁ ମନେ ପକଉଛି ତୋତେ

   ତୁ ମାରିଗଲୁ ମୋତେ ବିଧା

   ଆମ ପ୍ରେମ ରହିଲା ଅଧା।

  

   ହସ ଖୁସିର କଲୁ ତୁ ତୋ ସଂସାର

   ହେଲେ କାହିଁକି ମନେପଡେ

   ତୋ କଥା ମୋ'ର

   ମୁଁ ତ ନୁହେଁ କେହି ତୋହର

   ତଥାପି କାହିଁକି ମୋତେ ତୁ ଭାବୁ ନିଜର

   କାହିଁକି ଏତେ ଆପଣା ପଣ

   ମୁଁ ତୋର ସମ୍ପର୍କରେ କ'ଣ ?


   ଏହି କ'ଣ ତେବେ ଆମ ପ୍ରେମ

   ଅତୀତ କୁ ଭାବି ମନେ ଆସେ ଭ୍ରମ

    କିଏ ଏ ସଂସାରେ କାହାର

    ହେଲେ ବୁଝେନା ଏ ହୃଦୟ ମୋହର

    ସତେ କି ତୁ ଜ୍ଵଳନ୍ତ ପ୍ରତୀକ

    ଆମ ଦୁହିଁଙ୍କ ର ପ୍ରେମ ପ୍ରଣୟର ।


    ବୁଝି ମୁଁ ପାରେନା 

    ପ୍ରେମ କ'ଣ ଏକ ଆକର୍ଷଣ

   ସଂସାର ଭିତରେ ଥାଇ କରି ମଧ୍ୟ

    ବୁଝେନା ସେ ପର ଆପଣା ପଣ

    ଦୁଇ ହୃଦୟ ର ଅଟେ ସେ ମହା ମିଳନ

    ବିବାହ ବନ୍ଧନେ ବୋଧହୁଏ ତାର

      ହୁଏ ନାହିଁ ଟି ସମାପ୍ତ ଜାଣ

     ସନ୍ତାନ ସନ୍ତତି ସ୍ଵାମୀ ସ୍ତ୍ରୀ ହୋଇ ମଧ୍ୟ

     ପ୍ରେମ ସମ୍ପର୍କ ରେ ପଡେନି ପୂର୍ଣ୍ଣଛେଦ

      ତୁ କି ମୁଁ ଭୁଲି ପାରିବାନି

     ଆମ ସେ ଅତୀତର

     ପ୍ରେମ ସମ୍ପର୍କ ର ଅଭୁଲା ପ୍ରବନ୍ଧ

     ତୋ ବିନା ମୋ ଜୀବନ ଅଧା

      ମୋ ବିନା ତୋ ସଂସାର ଅଧା

     ଆଜି ବି ତୁ ମନେ ପକଉଛୁ ମୋତେ

      ମୁଁ ମନେ ପକଉଛି ତୋତେ

      ତୁ ମାରିଗଲୁ ମୋତେ ବିଧା

      ଆମ ପ୍ରେମ ରହିଲା ଅଧା ।


    ଧନ ସମ୍ପଦର ଲୋଭରେ ତୁ ପଡି

    ଚାଲିଗଲୁ ତୁ ଅନ୍ୟ ହାତ ଧରି

    ମୋ ବିନା କି ତୁ ଅଟୁ ସମ୍ପୂର୍ଣ୍ଣ

    ଉଚ୍ଚ ପଦାଧିକାରୀ ର

      ଗଲୁ ହାତ ଧରି

   ତଥାପି କି ତୁ ମୋତେ ପାରିଅଛୁ ଭୁଲି

    ମୁଁ ତ ଗରିବ ମୁଁ ତ ଦରିଦ୍ର

     ନାହିଁ ମୋ ସଂସ୍କାର ନାହିଁ ଘରଦ୍ୱାର

    ତଥାପି କି ମୋ ପ୍ରେମ କୁ ପାରିଅଛୁ ଭୁଲି

    ମୋ ଭଲପାଇବା ମୋ ହୃଦୟ ଦେବା

   କିବା ତୁ କହ ମୋ ପ୍ରେମ କୁ ଦେଇଛୁ ଜାଳି

     ତୋ ବିନା ମୋ ଜୀବନ ଅଧା

     ମୋ ବିନା ତୋ ଜୀବନ ଅଧା

    ଆମ ଏ ସମ୍ପର୍କ ରହିଛି ରହିବ

    ତୋ ପାଇଁ ମୋ ଜୀବନ ଦୀପ ଲିଭିଯିବ

     ମୋ ପାଇଁ ତୋର ହୃଦୟ ଦହିବ

    ତୁ ମନେ ପକଉଛୁ ମୋତେ

    ମୁଁ ମନେ ପକଉଛି ତୋତେ

    ତୁ ମାରିଗଲୁ ମୋତେ ବିଧା

    ଆମ ପ୍ରେମ ରହିଲା ଅଧା ।।


Rate this content
Log in

Similar oriya poem from Abstract