STORYMIRROR

Neelima Nivedita Behera

Romance

2  

Neelima Nivedita Behera

Romance

ଆମ ପ୍ରେମ କାହାଣୀ

ଆମ ପ୍ରେମ କାହାଣୀ

1 min
14.1K


ଦଲକାଏ ପବନ ମୁଁ

ମୋର ରୂପ କିଛି ନାହିଁ

ପାରିବ କେମିତି ଭଲା

ଈପ୍ସିତ କଳ୍ପନାକୁ ଛୁଇଁ ?

ପାରିଲନି ନା କହି

ବାନ୍ଧିଦେଲ ସମ୍ପର୍କର ଡୋର

ମୁଁ ସିନା ଲୋଡୁଅଛି

ହେଲେ ତୁମେ କଲ ପର !

ବଦଳିନି ଠିକଣା ମୋ

ବଦଳିନି ପ୍ରୀତି

ବଦଳି ଯାଇଛ ତୁମେ

ହେଲ ଅନ୍ୟର ସମ୍ପତ୍ତି ।

ସେଇ ଗଳି ରାସ୍ତା,

ସେଇ ବଉଳ ଗଛ,

ଅଛି ବି ସେଇ ବୁଲାଣି...

ଟ୍ରାଫିକ୍ ସିଗନାଲ୍,

ପାଖକୁ ଲାଗି ଫଳ ଦୋକାନ,

ଅଛି ବି ଜେବ୍ରା କ୍ରସିଂର

ସେ ନିଛୁଣିଆ ଚାହାଣୀ...

ବଦଳିଛି କେବଳ

କେବେ ସରି ନଯିବା

ଆମ ପ୍ରେମ କାହାଣୀ । 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance