ଆମ ପାଇଁ ବରଦାନ
ଆମ ପାଇଁ ବରଦାନ
ଗଛଟିଏ ଏଇ ଗଛଟିଏ,
ଆମ ପାଇଁ ବରଦାନ ସିଏ ।
ମଞ୍ଜିରୁ ବଢି ସେ ଗଛ ହେଲା ,
ଫଳ ଫୁଲ ସବୁ ଦାନ କଲା ।
ଜାଳେଣୀ କାଠକୁ ଆମେ ନେଇ,
ରୋଷେଇ କରୁଛୁ ଆମ ପାଇଁ ।
ଦିନ ବେଳା ଦିଏ ଅମ୍ଳଜାନ,
ଦିଏ ପୁଣି ନିତି ସେ ପୋଷଣ ।
ମୃତ୍ତିକା କ୍ଷୟରୁ ରକ୍ଷା କରେ ,
ପରିବେଶ ସନ୍ତୁଳନ କରେ ।
ଅମୃତ ପରଶ ଦିଏ ସେହି ,
ମନ କଥା କହିପାରେ ନାହିଁ ।
ସର୍ବସ୍ଵ ଦାନ କରିଲା ପରେ ,
ବିନାଶ କରଇ ଏହି ନରେ ।
ଔଷଧୀୟ ଗୁଣ ଅଛି ତାରେ,
ବହୁ ରୋଗ ଭଲ କରି ପାରେ ।
ଗଛଟି ନ ଥିଲେ ଆମେ ନାହୁଁ,
ତଥାପି ଗଛକୁ କାଟୁଥାଉ ।
ସ୍ବାର୍ଥ ତ୍ଯାଗୀ ହେବା ସମାଜରେ,
ବୃକ୍ଷ ଲଗାଇବା ପ୍ରତି ଘରେ ।
