ଆମ ଓଡ଼ିଶା
ଆମ ଓଡ଼ିଶା
ସତ୍ୟ ସାଧନାର ଦୀକ୍ଷା ଧର୍ମର
ଆମର ଏହି ଓଡିଶା
ଆମେ ଅଟୁ ଭାଇ ସ୍ୱାଭିମାନ ଶିଖା
ହେବାନି କେବେ ନିରାଶା ।
ଯାହାର ବକ୍ଷରେ ବହୁଅଛି ସଦା
ସ୍ରୋତସିନୀ ମହାନଦୀ
ଶସ୍ୟ ଶ୍ୟାମଳାରେ ଭରି ଅଛି ଏହି
ବୋହି ଚାଲେ ବକ୍ଷ ଭେଦି ।
ଜଗନ୍ନାଥ ଧାମ ପୃଥିବୀ ବିଖ୍ୟାତ
ଶ୍ରୀକ୍ଷେତ୍ର ନାମରେ ଖ୍ୟାତ
ଚନ୍ଦ୍ରଭାଗା କୂଳେ ସୂର୍ଯ୍ୟ ମନ୍ଦିର
କାରୁକାର୍ଯ୍ୟରେ ବିଖ୍ୟାତ ।
ମାଆ ସମ୍ବଲାଇ ସମ୍ବଲପୁରରେ
ଯାଜପୁରେ ମାଆ ବିରଜା
ନୀଳଗିରି ଧାମେ ଜୟ ଜଗନ୍ନାଥ
ରାଜପୁରୀ ମହାରାଜା ।
ଧାମରା ବନ୍ଦର ଇରମର ସ୍ତମ୍ବ
ଆରଡିରେ ବାବାମଣି
କେଉଁଝର ପୀଠ ମା’ ତାରିଣୀର
ଅଟେ ସେ ନଡ଼ିଆ ରାଣୀ ।
ବାରିପଦା କୀର୍ତ୍ତି ତିନିରଥେ ଉଭା
ଜଗା ବଳିଆ ସୁଭଦ୍ରା ମା’
ଜାହାଜର ଭେଳା ଲାଗିଥାଏ ସଦା
ପାରାଦୀପର ସୁଷମା ।
ବ୍ରହ୍ମପୁରରେ ତାରା ତାରିଣୀ ସେ
କରୁଣାମୟୀ ସେ ଆମ
ବଡ ଡାକ୍ତରଖାନା ଉଚ୍ଚ ନ୍ୟାୟାଳୟ
କଟକ ସହରରୟେ ରମ୍ୟ ।
ରହି ଅଛି କେତେ କିରତି ଅତୀତ
ଆମ ଏହି ଓଡ଼ିଶାର
ସୁବାଷ ବୋଷ ସୁରେନ୍ଦ୍ର ସାଏ
ଲଢ଼ିଛନ୍ତି ଯେ କେତେ ସମର ।
ମଧୁବାବୁ ଠାରୁ ଫକୀରମୋହନ
କବି ଗଙ୍ଗାଧର ମେହେର
ରଖିଯାଇଛନ୍ତି ଆମର କୀର୍ତ୍ତି
କରିବା ତାଙ୍କର ଆଦର ।
