STORYMIRROR

PRABHAS KUMAR MOHAPATRA

Inspirational

3  

PRABHAS KUMAR MOHAPATRA

Inspirational

ଆମ ମୟୂରଭଞ୍ଜ

ଆମ ମୟୂରଭଞ୍ଜ

1 min
229

ଧନ୍ୟ ଧନ୍ୟ ଭଞ୍ଜ ଭୂମି

ଧନ୍ୟ ଧନ୍ୟ ଭଞ୍ଜ ଭୂମି

ମାଆ ତୁ ଜନନୀ

ଭଞ୍ଜ ଭୂମି

ଭଞ୍ଜ ଭୂମି

ଅମ୍ବିକା ମାଆ କିଚେକେଶ୍ୱରି

ବଳଦେବ ଜୀଉ ହରି 

ଶାଳ ବନେ ମା ଶାଳ ବନେ ମା

ହିଙ୍ଗୁଳାଙ୍କୁ କରୁ ଗୁହାରି

ଧନ୍ୟ ଧନ୍ୟ ଭଞ୍ଜ ଭୂମି

ମୟୂରଭଞ୍ଜ ।

ତୋହରି ସନ୍ତାନ ଶ୍ରୀରାମ ଭଞ୍ଜ

ମହାରାଜା ପ୍ରତାପ ଭଞ୍ଜ

ରଖି ଗଲେ ତୋ ନାମ ମାଆ କାଳକୁ

ଗର୍ବିତ ଜନ ମୟୂରଭଞ୍ଜ ସବୁ ।

ଧନ୍ୟ ଧନ୍ୟ ଭଞ୍ଜ ଭୂମି

ମୟୂରଭଞ୍ଜ ।

ଉତ୍ତରେ ଜମ୍ଭୀରା ଡ଼୍ୟାମ

ଦକ୍ଷିଣେ କାଳ ଡ଼୍ୟାମ

ମଝିରେ ବୁଢ଼ା ବଳଙ୍ଗ 

ଯାଉଛି ବହି

ଧନ୍ୟ ଧନ୍ୟ ଭଞ୍ଜ ଭୂମି 

ମୟୂରଭଞ୍ଜ ।

ଛଉ ଗୀତ ତାଳେ ତାଳେ

ଆଦିବାସୀର ମେଳେ

ମନମନ ଯାଏ ଝୁମୁରି

ବାଜି ଉଠେ ଢୋଲ ମହୁରୀ 

ପ୍ରକୃତି ମାଆ ଆମ

 ପାହାଡ଼ ବିଲ ବଣ

ଭାଇ ଶିମିଳିପାଳେ ଆମ 

ବାଘ କରେ ରଡ଼ି

ଧନ୍ୟ ଧନ୍ୟ ଭଞ୍ଜ ଭୂମି

ମୟୂରଭଞ୍ଜ।

ମନହୋର ସୀତା କୁଣ୍ଡ 

ଝରିଯାଏ ଦେବକୁଣ୍ଡ

କେତେ ଅଳସି ନଈ 

ଯାଏ ବହି 

ଧନ୍ୟ ଧନ୍ୟ ଭଞ୍ଜ ଭୂମି

ମୟୂରଭଞ୍ଜ l

ଖିଚିଙ୍ଗିର କାରିଗରି

ସୁନ୍ଦର ରାଜ ଉଆସ ଆମରି

ଇତିହାସେ ସାକ୍ଷୀ ଅଛି 

ହରିପୁର ଗଡ ଆମରି

ଧନ୍ୟ ଧନ୍ୟ ଭଞ୍ଜ ଭୂମି

ମୟୂରଭଞ୍ଜ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational