STORYMIRROR

Binodini Dash

Inspirational

4  

Binodini Dash

Inspirational

ଆମ ମାତୃଭାଷା ଆମ ପରିଚୟ

ଆମ ମାତୃଭାଷା ଆମ ପରିଚୟ

1 min
289


ଆମ ମାତୃଭାଷା ଓଡ଼ିଆଠୁ ବଳି

ଲାଗେ ନାହିଁ କେଉଁ ଭାଷାଟି ମିଠା

ଦ୍ରାବିଡ଼, ପାରସୀ, ଫରାସୀ, ଇଂରାଜୀ 

ଏମିତି ଏକାଧିକ ଭାଷା ଛିଟା 

ବହନ କରି ତନୁରେ ତାହାର 

କରିଅଛି ବୃଦ୍ଧି ନିଜ କଳେବର

ଶ୍ରବଣରେ ମନ ହୁଏ ବିଭୋର ।


ଶବଦବିଭବ, ଧ୍ବନିବିଜ୍ଞାନ

ରୂପତତ୍ତ୍ବ, ଅଳଂକାର, ଲାଳିତ୍ୟ

କେଉଁଥିରେ ଊଣା ନୁହେଁ ଆମ ଭାଷା

ପରିଚୟ ତା'ର ଅତି ମହତ

ତେଣୁ ପାଇଛି ଶାସ୍ତ୍ରୀୟ ମାନ୍ୟତା

ଆମେ ଓଡ଼ିଶୀୟ ଅଣ୍ଟା ଭିଡ଼ି ଦେଲେ

ଜଗତରେ ନିଶ୍ଚେ ହୋଇବ ଜିତା ।


ଇତିହାସ ତା'ର ଲେଖା ହୋଇନାହିଁ

ଲିପି ସଂସ୍କାର ବି ହୋଇପାରିନି

ପ୍ରାଚୀନ ପୋଥି କିବା ଅଭିଲେଖର

ସଂସ୍କରଣ ବି ବାହାରିପାରିନି

ଭାଷାବିତ୍ ଯଦି ଦିଅନ୍ତେ ଧ୍ୟାନ

ଯତେ ଯେତେ ଅପୂରଣୀୟ ରହିଛି

ହୁଅନ୍ତା ବୁକୁରେ ପରିପୂରଣ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational