STORYMIRROR

Chittaranjan Lenka

Inspirational Others Abstract

3  

Chittaranjan Lenka

Inspirational Others Abstract

ଆମ କାଳିଆ

ଆମ କାଳିଆ

1 min
13K


ଦେଖିଛ କି କେହି     ଶୁଣିଛ କି କେହି

ଏମିତି ବି ଅଛି କିଏ

ଯିଏ ଯେଉଁ ରୂପେ   ଖୋଜଇ ତାହାକୁ

ସେ ରୂପରେ ଦେଖା ଦିଏ


କେତେବେଳେ ଭାଇ    କେତେବେଳେ ବନ୍ଧୁ

କେବେ ରସିକ ନାଗର

ସବୁଠାରୁ ବଡ   ସବୁଠୁ ବି ଛୋଟ

ସିଏ ପୁଣି ନିରାକାର


କେତେବେଳେ ହସେ କେତେବେଳେ କାନ୍ଦେ

କେବେ ବି ରହେ ମଉନ

ମୋର ଭାବନାରେ   ଯେ ହେବ ସକ୍ଷମ

ପ୍ରକୃତ ପୁରୁଷୋତ୍ତମ


ଯାହା ନିକଟରେ   ବିଶ୍ୱର ଭଣ୍ଡାର

ପୁଣି ସେ ଅଇଣ୍ଠାଖିଆ

ତା* ଭଳିଆ କେହି   ବ୍ରହ୍ମାଣ୍ଡରେ ନାହିଁ

ସେ ପରା ଆମ କାଳିଆ



ଚିତ୍ତ ରଞ୍ଜନ ଲେଙ୍କା (କଟକ)©


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational