STORYMIRROR

Ajayakumar Mohanty

Inspirational Others

2  

Ajayakumar Mohanty

Inspirational Others

ଆମ ଜାତୀୟ ପତାକା

ଆମ ଜାତୀୟ ପତାକା

1 min
19


ଜାତୀୟ ପତାକା ଆମ ଫର ଫର ଉଡ଼େରେ 

ଅନାରେ ଅନା ଅନା କି ସୁନ୍ଦର ଦିଶେରେ। 

ଉଡ଼େରେ ଗଗନେ ଉଡ଼େରେ ପବନେ

ଉଡ଼େ ସଦନେ ସଦନେ ଦେଖ ଉଡ଼େରେ। 

ନାରଙ୍ଗୀ ଧଳା ସବୁଜ ସୁନ୍ଦର ତ୍ରିରଙ୍ଗା ତେଜ 

ମଝିରେ ଅଶୋକ ଚକ୍ର ପଲକରେ ଝଲକେରେ। 

ଶାନ୍ତି ମଇତ୍ରୀ ପ୍ରଗତି ଗାଇ ମୁକତିର ଗୀତି 

ସ୍ୱାଧୀନତା ଟେକ ରଖି ଚାଲି ସତ୍ୟ ପଥରେ। 

ଭେଦା ଭେଦ ଭୁଲି ଯିବା ପାଦେ ପାଦ ମିଶାଇବା 

ଦେଶ ହିତେ ଆଗେଇବା ସ୍ୱାଧୀନ ନୌକା ବାହିରେ। 

ଏ ପତାକା ହାତେ ଧରି ଜୟ ଜୟ ଗାନ କରି 

ଜାତି ଧର୍ମ ଭୁଲି ଯିବା ଦୃଢ଼ ହୋଇ ଏକତାରେ। 

ଏହି ପତାକାର ଟେକ ପାଇଁ ପାତିଦେବା ବେକ 

ଖଟାଇ ବୁଦ୍ଧି ବିବେକ ଦେଶକୁ ନେବା ଆଗରେ। 


Rate this content
Log in

Similar oriya poem from Inspirational