ଆମ ଜାତୀୟ ଫଳ
ଆମ ଜାତୀୟ ଫଳ
କହିଲ ପିଲେ ଆମ ଦେଶର ଜାତୀୟ ଫଳ ନାମ
ଫଳ ମଧ୍ୟରେ ରାଜା ତ ସେହି ଜାଣିବା ତା'ର କାମ l
ଆମ୍ବ ବୋଲି ପ୍ରସିଦ୍ଧ ସେହି ଶ୍ୱେତସାରରେ ଭରା
ଆମ୍ବୁଲ, ଆମ୍ବସଢା ଦେଖିଲେ ଲାଳ ଝରଇ ପରା l
ରକ୍ତହୀନତା କରାଏ ଦୂର , ସୁସ୍ଥ ରଖେ ଆଖିକୁ
ଜୀବସାର- ଗ ଅଛି ସେଥିରେ ଭୁଲିବା ନାହିଁ ତାକୁ l
