STORYMIRROR

ପ୍ରିୟଦର୍ଶିନୀ ମହାନ୍ତି

Abstract

2  

ପ୍ରିୟଦର୍ଶିନୀ ମହାନ୍ତି

Abstract

ଆମ ହାତେ ଆମ ଶାସନ ଡୋରି

ଆମ ହାତେ ଆମ ଶାସନ ଡୋରି

1 min
168

 ଆମ ହାତେ ଆମ ଶାସନ ଡୋର

ଚିର ବନ୍ଦନୀୟା ମୋ ଭାରତ ମାତା

   ଚରଣେ ନମନ ଶତ,

ବୀର,ବୀରଙ୍ଗନା ଜନମ ଲଭିଲେ

    କରିବାକୁ ତୋତେ ମୁକ୍ତ

ଗାନ୍ଧୀ, ଗୋପବନ୍ଧୁ  କେତେ ଯେ ମହାତ୍ମା

      କାରାକୁ ବରଣ କଲେ,

ଆପ୍ରାଣ ଉଦ୍ୟମ   ବୃଥା ଗଲା ନାହିଁ

  ସ୍ୱାଧୀନତା ଆଣିଦେଲେ

ଗୋରା ବେପାରିଏ   ମୂଲକ ଛାଡିଲେ

     ଦିନ ସେ ଅଗଷ୍ଟ ପନ୍ଦର,

ଆମ ହାତେ ଆମ ଶାସନର ଡୋର

     ଦେଇ ରାତାରାତି ପାର

ଗଗନେ, ପବନେ  ପ୍ରକମ୍ପିତ ହେଲା

     "ଭାରତ ମାତାକି ଜୟ"

ଦେଶ ମାତୃକାର   ସେବାରେ ବ୍ରତ ସେ

        ମାନିବନି ପରାଜୟ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract