ଆମ ଗୌରବ ନେତାଜୀ ସୁଭାଷ
ଆମ ଗୌରବ ନେତାଜୀ ସୁଭାଷ
ଜାତୀୟତା ବୋଧ ଜାଗିଉଠିଥିଲା
ହେ ସୁଭାଷ ତୁମ ରକ୍ତରେ,
ଫୁଟି ଉଠିଥିଲା ଅଗ୍ନିସମ ତମ
ଯୁଦ୍ଧ ହୃଦୟ ତନ୍ତ୍ରୀରେ...
ଆଜାଦ ହିନ୍ଦ ଫୌଜ ଗଢ଼ାଇ
ତୁମେ ଦେଇଥିଲ ଦିଲ୍ଲୀ ଡାକରା,
ରକ୍ତେ ତାତି ଉଠୁଥିଲା ତୁମ
ସଦା ବିଦ୍ରୋହର ବହ୍ନି ପରା....
ଦିଲ୍ଲୀ ଚଲ୍ଲୋର ସ୍ଲୋଗାନରେ ତୁମ
କମ୍ପୁଥିଲା ସାରା ହୃଦେ କମ୍ପନ,
ମାତୃତ୍ୱର ମୋହ ବାନ୍ଧିଥିଲା ସଦା
ତୁମେ ଥିଲ ସୁଭାଷ ମହାନ....
ଓଡ଼ିଆ ମାଟିରେ ଜନମି ବୀର ଯେ
ଓଡ଼ିଆ ନାମ ଇତିହାସେ ରଖିଲ,
ମରିବି ଅମର ହୋଇକି ରହିଛ
ସଦା ଓଡ଼ିଆ ଜାଳେ ତୁମ ନାମେ ମସାଲ..
ରକ୍ତର ବିନ୍ଦୁରେ ବହି ଯାଉଥିଲା
ତୁମ ବିପ୍ଳବ ବିଦ୍ରୋହ ଗାନ,
ରକ୍ତର ଜବାବ ରକ୍ତରେ ଦେବାକୁ
ଗୁରୁ ମନ୍ତ୍ର ଦେଇଥିଲ ତୁମେ ବୀର ଯବାନ..
ଲାଲ ବଳୟରେ ଝରୁଥିଲା ସଦା
ତୁମ ଚକ୍ଷୁରୁ ବହ୍ନି ଶିଖା,
ସେ ଶିଖାରେ ତୁମେ ଦେଖୁଥିଲ ସ୍ବପ୍ନ
ଭାରତ ମାତା ଆଜାଦିକୁ ପ୍ରତୀକ୍ଷା..
ଗାମ୍ଭୀର୍ଯ୍ୟ ଭାଷଣେ ଥରୁଥିଲା ପରା
ବୃକ୍ଷ,ତରୁ ଯେତେ ଲତା,
ଫିରିଙ୍ଗି ଶାସନେ ଜବାବ ଦେବାକୁ
ଘୁରାଉଥିଲ ତାଙ୍କ ମଥା...
ଲୁହର ଜବାବ ଲହୁରେ ଦେବାକୁ
ପ୍ରବର୍ତ୍ତାଉ ଥିଲ ସଦା,
ତୁମେ ପରା ଅଟ ଯୋଗ୍ୟ ସନ୍ତାନ
ତୁମ କିର୍ତ୍ତୀ ଗାଉଛି ଏ ଭାରତ ମାତା..
ତୁମରି ନାମର ସାର୍ଥକ କରିଲ
ବାସୁଛ ପ୍ରତି ହୃଦୟେ,
ମିରିବି ଅମର ହୋଇଛ ତମେ ତ
ପ୍ରତି ଓଡ଼ିଆର ପ୍ରାଣେ....
ଆଜିର ଦିନରେ ସଲାମ କରୁଛି
ନୁଁଆଇ ତୁମକୁ ମଥା,
ସାହସ, ଶକ୍ତି ବୀଜ ମନ୍ତ୍ର ବୁଣି
ସଦା ଦେଉଥାଅ ବୀରତ୍ୱର ବାର୍ତ୍ତା...
ଆଜି ଏ ମାଟି ଏ ବୀର ପୁତ୍ର ପାଇ
ହୋଇଛି ସେ ଶତ ଧନ୍ୟା,
ତୁମ ପରି ପୁତ୍ର ମିଳୁ କାଳେ କାଳେ
ତା' ପଦ ତଳେ କୋଟି ନମନ୍ୟା.. ll
