STORYMIRROR

samhita jena

Inspirational

4  

samhita jena

Inspirational

ଆମ ଦାୟିତ୍ୱ

ଆମ ଦାୟିତ୍ୱ

1 min
307

ଅଗନା ଅଗନି ସବୁଜ ବନାନୀ

     ପ୍ରକୃତିର ଗନ୍ତାଘର

କୁଳୁକୁଳୁ ବହେ ଫୁଲେଇ ଝରଣା

      ନଦୀର ଜଳ ମଧୁର।


ସାଗରେ ଉଠଇ ଉତ୍ତାଳ ତରଙ୍ଗ

       ନୀଳ ନଭେ ଯାଏ ଛୁଇଁ

ଉଷାର ଆଲୋକେ ଆଲୋକିତ ହୁଏ

         ସୂରୁଜ ଆସିଲେ ଉଇଁ।


କିଚିରି ମିଚିରି ବିହଙ୍ଗମ ଶବ୍ଦେ

         ମୁଖରିତ ହୁଏ ଉଷା

କଅଁଳ କିରଣ ପଡିଲେ ଧରାରେ

         ଛାଡ଼ିଦିଏ ପକ୍ଷୀ ବସା।


ସବୁଜିମା ଭରା ଏ ପ୍ରକୃତି ସାରା

        ସାଇତି ରଖିବା ତାକୁ

ଘୁଞ୍ଚିବ ବିପଦ ମିଳିବ ସମ୍ପଦ

         ନିରାପଦ ଜୀବନକୁ।


ନିମ,ବର,ଓସ୍ତ,ଜାମୁକୋଳି ଆଉ

        ଅଶୋକା ଗଛ ଲଗାଇ

ସୁସ୍ଥ ପରିବେଶ ଗଢ଼ିଦେବା ଆମେ

         ଅମ୍ଳଜାନ ନେବା ପାଇଁ।


ବୃକ୍ଷ,ଲତା ଆମ ସବୁଜ ସମ୍ପଦ

        ବିପର୍ଯୟ ଦୂର କରେ

ପ୍ରକୃତିକୁ ଦିଏ ସୁରକ୍ଷା ବଳୟ

         ଅଭିବୃଦ୍ଧି ହାର ବଢେ।


ଖାଦ୍ୟ,ବସ୍ତ୍ର ଆଉ ବାସଗୃହ ଯାଏ

        ସବୁ ତ ତାହାରି ଦାନ

ରୋଗ ଦୂର କରେ ଔଷଧ ଯୋଗାଏ

         ରକ୍ଷା କରେ ସେ ଜୀବନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational