STORYMIRROR

Mamatamanjari Das

Abstract

2  

Mamatamanjari Das

Abstract

ଆମ ଭିତରେ କିଛି ଥିଲା

ଆମ ଭିତରେ କିଛି ଥିଲା

1 min
192

ସବୁବେଳେ ପାଖରେ ଥିବୁ

ହାତ ବଢାଇଲେ ଛୁଇଁ ପାରୁଥିବି

ପ୍ରତିଟି ମୁହୁର୍ତ ରେ ଅନୁଭବ କରି ପାରୁଥିବି

ମୋ ପ୍ରଶ୍ୱସରେ

ତୋର ଉଷୁମ ନିଶ୍ୱାସ

ଏମିତି କିଛି କଥା ଥିଲା

ତୋ ମୋ ଭିତରେ


ପ୍ରତି ସପ୍ତାହରେ ଥରେ

ବଜାରକୁ ନେବୁ ,

ଭଲ ଖୁଆଇବୁ

ରଙ୍ଗ ବେରଙ୍ଗୀ ଶାଢ଼ୀ ରେ

ମୋତେ ସଜେଇବୁ ,

ବରଷକୁ ଥରେ ତୀର୍ଥ କରି ନେବୁ

ମୋର ସବୁ ଅଧୁରା ସ୍ୱପ୍ନକୁ

ସଜାଇବୁ ତୋ' ସ୍ୱପ୍ନ ସାଥି ରେ

କିନ୍ତୁ

ସବୁ ରହିଗଲା ଅତୀତ ପୃଷ୍ଠାରେ


ତୋ' ମୋ ଭିତରେ ଥିଲା

ଗୋଟିଏ ସପ୍ତାହ ର ଦୂରତା

ଯାହା ଲାଗୁଥିଲା ବହୁତ କଷ୍ଟ

ହେଲେ ଅତିକ୍ରାନ୍ତ କରିବାକୁ ପଡୁଥିଲା

ଅପେକ୍ଷା ର ଅନ୍ତୁଡି ଶାଳରେ


ଅପେକ୍ଷା ର ରାତି ଶେଷ ହୋଇଗଲା

ତୋ' ଆୟୁଷ ସରିଗଲା

ଅକାଳ ରେ

ଘଟଣା ହେଉ ଅବା ଦୂର୍ଘଟଣାରେ

ସବୁ ଘଟିଗଲା ମୋ ଆଖି ସାମ୍ନାରେ

ବାକି ଆୟୁଷ କୁ ନେଇ

ମୁଁ ରହିଗଲି

ଆଉ ଆମ କଥା ରହିଗଲା

ନୀରବତା ହୋଇ

ମୋ ଓଠ ଫାଙ୍କରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract