STORYMIRROR

Chinmaya Kumar Nayak

Tragedy

3  

Chinmaya Kumar Nayak

Tragedy

ଆମ ଭିତରେ କିଛି ଥିଲା କି ?

ଆମ ଭିତରେ କିଛି ଥିଲା କି ?

1 min
12K

ନିସଙ୍ଗ ବେଳାଭୂମିରେ ଏକା ଏକା ବସି

ସାଉଁଟୁଛି ଇତସ୍ତତଃ ପଡିଥିବା

ସତେଜ ସ୍ମୃତି ଗୁଡାକୁ

ଭାଙ୍ଗିଯାଇଥିବା ଦୃଶ୍ୟ ଗୁଡାକୁ 

ଯୋଡିବାର ପ୍ରୟାସ କରି ଭାବୁଛି

ସତରେ କଣ ଆମ ଭିତରେ କିଛି ଥିଲା କି ?


ସେଦିନ ସେ ନଦୀ କୁଳ ହୁଡାରେ ବସି ବସି

ଆମେ ଦୁହେଁ ରଚିଥିଲେ ଅନେକ ସ୍ୱପ୍ନର ସଂସାର

ବାଲିରେ ଗାର ଟାଣି ତୁମେ ଲେଖୁଥିଲ

ପାନ ପତ୍ର ଭିତରେ ନାଁ ମୋର ଓ ତୁମର

ଚାଖୁଣ୍ଡା ଗଛରେ ଡାମରା କାଉଟା ରାବି ରାବି

ସତେ କଣ କିଛି ସଙ୍କେତ ଦେଉଥିଲାକି ?

ସତରେ କଣ ଆମ ଭିତରେ କିଛି ଥିଲା କି ?


ତୁମେ ପରା କହୁଥିଲ ଯେତେ ଥାଉ ମତର ଫରକ

ଅତୁଟ ରହିବ ସଦା ଆମ ମନର ବନ୍ଧନ

ଯେତେ ଆସୁ ଦୁଃଖ ଓ ଯନ୍ତ୍ରଣା

ଯେତେ ଆସୁ ଜୀବନରେ ଝଡ଼ ଝଂଜ୍ଜା ଯାହା

ଆମ ଦୁଇ ହାତ କେବେ ହେବେ ନାହିଁଟି ଵିଛିନ୍ନ

ଆଜି ତୁମେ ହାତ ଟାଣିନେଲ, କଣ ଭାବି କି ?

ସତରେ କଣ ଆମ ଭିତରେ କିଛି ଥିଲା କି ?


ମୁଁ ତ ଜଳୁଛି ହେଲେ ଈଶ୍ୱରଙ୍କୁ ଏତିକି ପ୍ରାର୍ଥନା

ତୁମେ ଖୁସି ରୁହ ଏହି ମୋର ସଦା ହିଁ କାମନା

ଫେରେଇ ଦିଅ ତୁମ ହୃଦୟରେ ପଡିଥିବା

ମୋର ନିଜସ୍ୱ ଜିନିଷ ତୁମ ପାଇଁ ଅଲୋଡା ଅଜଣା

ସତରେ କହିଲ ତୁମ ମନେ ମୋ ପାଇଁ ଜାଗା କେବେ ଥିଲାକି?

ସତରେ କଣ ଆମ ଭିତରେ କିଛି ଥିଲା କି ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy