STORYMIRROR

Sukanti Hotta

Tragedy

3  

Sukanti Hotta

Tragedy

ଆମ ଭବିଷ୍ୟତ

ଆମ ଭବିଷ୍ୟତ

1 min
97

ଖୁସିର ଦିନ କେବେ ଆସିବ

ଘରେ ରହି ଦିନ ଗଣୁଛୁ

ସୁରକ୍ଷାକୁ ଆମେ ସ୍ୱାଗତ କରି

ନିୟମ ଆମେ ପାଳୁଛୁ

ବନ୍ଦୀ ଜୀବନ କେତେଯେ କଷ୍ଟ

ଆମକୁ ଜଣା ପଡିଲା

କରୋନା ଯୋଗୁଁ ସାରା ପୃଥିବୀ

ହାହାକାର ହୋଇଗଲା

ପଶୁପକ୍ଷୀଙ୍କୁ ବନ୍ଦୀ କରି ଆମେ

ଆନନ୍ଦ ନେଉଥିଲୁ

ବନ୍ଦୀ ଜୀବନ ଯନ୍ତ୍ରଣା ପୂର୍ଣ୍ଣ

ଆମେ ଏବେ ବୁଝିଲୁ

ପ୍ରକୃତି ସହ ଖେଳ ଖେଳି ଆମେ

ପରିଣାମ ବୁଝିଗଲୁ

କରୋନା କବଳେ କବଳିତ ହୋଇ

ନିସ୍ଵ ହୋଇଗଲୁ

ଧୂଳି ଧୂଆଁର ପୃଥିବୀ ପୁଣି

ସବୁଜ ହୋଇଗଲା

ଧନୀ ଗରୀବ ସଭିଏଁ ଏକ

କରୋନା ବୁଝାଇ ଦେଲା

ବିଜ୍ଞାନ ଯୁଗର ମଣିଷ ହୋଇ

ଭୂତାଣୁ ଠାରୁ ହାରିଲୁ

ଯୋଦ୍ଧା ରୂପରେ ଭଗବାନଙ୍କୁ

ମର୍ତ୍ୟରେ ପାଇଲୁ

ଅଦୃଶ୍ୟ ଅବ୍ୟକ୍ତ ହେ ପରଂବ୍ରହ୍ମ

ଆତ୍ମସମର୍ପଣ କଲୁ

ତୁମ ହାତେ ନ୍ୟସ୍ତ ଆମ ଭବିଷ୍ୟତ

ଚରଣେ ଶରଣ ନେଲୁ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy