STORYMIRROR

Debabrata Mishra

Abstract

2  

Debabrata Mishra

Abstract

ଆଲୋକର ଅନ୍ୱେଷଣ

ଆଲୋକର ଅନ୍ୱେଷଣ

1 min
2.8K

ଉପଭୋଗର ଅନ୍ଧାର ରାକ୍ଷସ ଯେମିତି ଜୀବନର ଆନନ୍ଦକୁ

ବିଳାସ-କାମନା-ବାସନାର ଶ୍ମଷାନ ଆଡ଼କୁ ଟାଣି ନେଉଛି,

ମନୁଷ୍ୟର ପ୍ରାକୃତିକ ଭାବନାଗୁଡ଼ିକ କୁତ୍ରିମତାର ଆକର୍ଷଣେ

ଛଦ୍ମ-ଆଲୋକ ଆଡ଼କୁ ଯାଇ କୀଟ ଭଳି ଅବସ୍ଥା ଭୋଗୁଛି,

ଅର୍ଥର ମୋହ ଓ ବର୍ଦ୍ଧିତ ସନ୍ତୋଷ ଭାଙ୍ଗିଛି ଯୌଥ ପରିବାର

ଚେହେରା ସର୍ବସ୍ୱ ସମାଜ ସମୟକୁ ଦୋଷ କାହିଁ ଦେଉଛି?

ପ୍ରଚାରର ପ୍ରଚୁରତା ସୁଖର ବିଜ୍ଞାପନ ଦେଇ ଦିଏ ଦୁଃଖ

ବୁଝିବାଟା ଅସହଜ ଏଠି କିଏ କାନ୍ଦୁଛି ଆଉ କିଏ ହସୁଛି,

ବିଜ୍ଞାନ ଉନ୍ନତ ଜୀବନର ଗୁଢ଼ତା କୁ ଯାଇ କରେ ସନ୍ଧାନ

ମଣିଷପଣିଆ ନିମନ୍ତେ ଏଠି ଆଲୋକ ଅନ୍ୱେଷଣ କେ କରୁଛି?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract