Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ghanashyam Jena

Inspirational

3  

Ghanashyam Jena

Inspirational

ଆଲୋ ନନ୍ଦ ରାଣୀ

ଆଲୋ ନନ୍ଦ ରାଣୀ

1 min
403


ଆଲୋ ନନ୍ଦ ରାଣୀ ଶୁଣ ମୋର ବାଣୀ

କୃଷ୍ଣ କିପରି ସୁଧାର,

ବୁଲି ଘର ଘର, ଚଢ଼ି ଶିକାପର,

ଖାଏ ଦହି, ଦୁଧ, ସର ଲୋ ରାଣୀ,

ତୋତେ ପରତେ ନଯାଏ ପୁଣି ଲୋ, ରାଣୀ

ତୁହି ହେଲୁକି ଏଡ଼େ ବାୟାଣୀ ଲୋ, ରାଣୀ ।


ସେ ନଟକୁଟିଆ,ବଡ଼ ଅଝଟିଆ,

ଚହଟ ଚିକଣ କାହ୍ନୁ,

କରେ ହଟହଟା,ନନ୍ଦର ବେଟାଟା,

କପଟିଆ ପିଲାଦିନୁ ଲୋ ରାଣୀ,

ତୁ ତ ହୋଇଲୁ ପୁତ୍ର ରଙ୍କୁଣୀ ଲୋ ରାଣୀ

ତୋର ମୁଖରୁ ନସ୍ଫୁରେ ବାଣୀ ଲୋ ରାଣୀ ।


ଗୋପବାଳ ମେଳେ, କଦମ୍ବର ମୂଳେ,

ଲୁଚି ଭାଙ୍ଗଇ ମାଠିଆ,

ସେ ନଟନାଗର,ବଡ଼ ଦଗାଦାର,

ଅଟେ ବଡ଼ ଅଝଟିଆ ଲୋ ରାଣୀ,

ଘରେ ବାନ୍ଧି ରଖ ତାକୁ ଆଣି ଲୋ, ରାଣୀ,

ଗୁଣ ଗାଉଥିବ,ଗୁଣମଣି ଲୋ, ରାଣୀ,

ତୁ ତ ହେଲୁକି ଏଡ଼େ କାଲୁଣୀ ଲୋ, ରାଣୀ

ଘନଶ୍ୟାମ ଏ ରସରେ ଭଣି ଲୋ ରାଣୀ ।


Rate this content
Log in

Similar oriya poem from Inspirational