Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Balaram Barik

Classics

3  

Balaram Barik

Classics

ଆଳୁ

ଆଳୁ

1 min
48


ଆଳୁ କେବଳ ଏକ ପରିବା ନୁହେଁ 

ଏହା ଏକ ଆତ୍ମିୟତା ମଧ୍ୟ ଅଟେ।

ଧନୀ ଗରିବ ସଭିଙ୍କର ପ୍ରିୟପାତ୍ର ସିଏ।

ତାକୁ ବାରବାର ଦେଖିବାକୁ ଇଚ୍ଛା ହୁଏ।


ବାପା-ମା ପରି ଲାଳନ ପାଳନ କରେ। 

ଅତ୍ୟନ୍ତ ସ୍ନେହୀ ପରିବାଟିଏ 

ସୁଖରେ ଦୁଃଖରେ ସବୁଠି ଥାଏ।

ମିଠାପଣ ବିନା ସର୍ତ୍ତରେ ବାଣ୍ଟିଦିଏ।


କାହା ସାଙ୍ଗେ ପାତର ଅନ୍ତର କରେନି 

ସବୁ ତରକାରୀରେ ଘାଣ୍ଟି ହୁଏ ।

ତାପ ରେ ଯେଉଁଠି ସଭିଏଁ ଅସ୍ତିତ୍ବ ହରାନ୍ତି,

ସେ ମୁଣ୍ଡ ଟେକି ପଦାକୁ ଆସିଯାଏ।


ଚାଷୀ ମୂଲିଆଙ୍କ ପାଇଁ ସେ ବରଦାନ

ପୋଡା ଆଳୁ ଶ୍ରେଷ୍ଠ,ଫିକା ସବୁ ବ୍ୟଞ୍ଜନ।

ପଖାଳ ସଙ୍ଗେ ଲୁଣ,ଲଙ୍କା ଓ ଆମ୍ବୁଲ

ଆଳୁ ଦେଲେ ଦଳି ହୁଏ ପରିପୂର୍ଣ୍ଣ।


ବିଲାତର ଏହା ଶ୍ରେଷ୍ଠ ଭେଟି ଭାରତକୁ।

ନକରି କୁଣ୍ଠା ଧନ୍ୟବାଦ ଦେବା ପର୍ତ୍ତୁଗୀଜଙ୍କୁ ।

ଜୀବନ ସଉଦାର ଆଳୁ ଅମୂଲ୍ୟ ରତନ।

ଆସ ମିଶି କରିବା ଆଳୁର ଜୟଗାନ।


Rate this content
Log in

Similar oriya poem from Classics