ଆଲେଖା ଚିଠି
ଆଲେଖା ଚିଠି
ଅଲେଖା ଚିଠି କୁ ଭାବନା ରେ ଲେଖି
ମନ ରେ ରଖେ ସାଇତି
କେତେ କଥା କୁହେ ପ୍ରିୟତମା ପାଇଁ
ପ୍ରସ୍ତୁତ ହୁଅଇ ନିତି ।
ଅଭିନବ ଚିନ୍ତା ଚେତନା ପୁଲକେ
ଶ୍ରଦ୍ଧା ପ୍ରେମ ପ୍ରୀତି ପୂର୍ଣ୍ଣ
ଜୀବନ କାହାଣୀ ରୋମାଞ୍ଚ ଉଲ୍ଲାସ ,
ଉଦ୍ଦୀପନା ଓ ନୂତନ ।
ଭାବନା ମହକ ଖେଲାଏ ପୁଲକ ,
ସାନ୍ତ୍ଵନା ଲହରୀ ଧାର
ଅଲେଖା ଚିଠି ର ଅଟେ ଚମତ୍କାର
ଭାଷା ଭାବ ବର୍ଣ୍ଣନାର ।
ମନୋରମ୍ୟ ବିଭା ଗୀତରେ ସ୍ଵପ୍ରଭା
ପ୍ରକାଶିତ କରି ଥାଏ
ରହସ୍ୟ ରୋମାଞ୍ଚ ଅଲେଖା ଚିଠି ହିଁ
ଯୋଗାଇ ପରାଣ ମୋହେ ।
ମନ ରେ ଯେ କେତେ ଖୁସି ର ଉତ୍ସବ
ଅନୁଷ୍ଠିତ ହୁଏ ଚିର
ଅଲେଖା କଥାକୁ ଅଲେଖା ଚିଠି ରେ
ଲେଖି ପଢ଼େ ବହୁ ଥର ।

