STORYMIRROR

Pradeep Kumar Panda

Abstract Inspirational

4  

Pradeep Kumar Panda

Abstract Inspirational

ଆଖୁ

ଆଖୁ

1 min
420


ଯେତେ ଅର୍ଥକର       ରହିଛି ଫସଲ

      ତା' ମଧ୍ୟରେ ଅଟେ ଆଖୁ,

ଯେ' ହାତ ମାରିଛି     ଏହି ଫସଲରେ 

       ଇଛା ନାହିଁ ଛାଡ଼ିବାକୁ ।


ଅଳପ ପାଣିରେ       ସନ୍ତସନ୍ତିଆରେ

       ଆଖୁଚାଷ ହୁଏ ଭଲ, 

ଆଖୁର ଦୋରୁଅ       ରସ ପିଇବାକୁ

       ମନ ହୁଏ କଲବଲ ।


ଗୁଡ଼ ଚିନି କଳ       ତା' ପାଇଁ ଚାଲିଛି

      କେତେ ଯେ' ଶ୍ରମିକ ସ୍ଥାୟୀ, 

କେତେ ଯେ' ବେପାରୀ   ଯାଇଛନ୍ତି ମାତି 

       ଲାଭବାନ ହେବା ପାଇଁ ।


ସନ୍ଦେଶ ମିଠେଇ      ଗଜା ରସାବଳି

       ଯେତେ ପ୍ରକାରର ମିଠା, 

ଚିନି ବିନା କିଛି        ହୁଏନି ସମ୍ଭବ 

      ଭଲ ଲାଗେନାହିଁ ପିଠା ।


ବାଟ-ଓଷା କିବା       ଗୁରୁବାର ବ୍ରତ

      ଯେତେ ଆମ ଓଷାବାର, 

ସବୁଥିରେ ବିଧି        ଗୁଡ଼ ଆଖୁଖଣ୍ଡ 

      ଶୋଭେ ସଂସ୍କୃତି ଆଦର ।


ନିଜ ପରିବାର        ସହିତ ରାଜ୍ୟର

       କରିବାକୁ ଯେ' ଉନ୍ନତି, 

ଅନ୍ଯ କୃଷି ସାଥେ     ଏ ଆଖୁଚାଷରେ

       ଦିଅ ଭାଇ ମତି-ଗତି ।


Rate this content
Log in

Similar oriya poem from Abstract