STORYMIRROR

Mr.GAGAN BIHARI NAYAK

Romance Classics Fantasy

3  

Mr.GAGAN BIHARI NAYAK

Romance Classics Fantasy

ଆଖିରେ ପ୍ରୀତିର ଚମକ

ଆଖିରେ ପ୍ରୀତିର ଚମକ

1 min
133


ବରଷା ପିନ୍ଧିଚି କଳା ମେଘ ପାଟ

ଆଖି ଇଶାରାରେ ପ୍ରୀତିର ଚମକ

ହୃଦୟ ନେଉଛି କିଣି

ଅଣାୟତ ହୋଇ 

ଏ ଖୋଲା ବୁକୁରେ 

ଅଜାଡି ଦେଉଛି ପାଣି

ବରଷା ରାଣୀ ।


ଛପି ଛପି ଆସୁ ମେଘ ପାଲିଙ୍କିରେ

ଲୁଚକାଳି ଖେଳୁ ବିଜୁଳୀ ସାଥୀରେ

କଳା ବଉଦର କବରୀର ଗୁଛ

ଛମ ଛମ ନାଚ ମୟୂରୀର ପୁଛ

ମନ ନେଉଛୁ ତୁ' କିଣି

ବରଷା ରାଣୀ ।


ଭିଜା ଭିଜା ଏଇ ମାଟିର ବାସ୍ନା

ମନ ତଳେ ଜାଗେ ପ୍ରୀତିର ତୃଷ୍ଣା

ତା ବିନେ ବିତିଛି ଉଜାଗରେ ରାତି

ସାଇତି ରଖିଛି କେତେ ଯୁଗସ୍ମୃତି

ଭାବି ମନ ହୁଏ ହାଣି

ବରଷା ରାଣୀ ।


साहित्याला गुण द्या
लॉग इन

Similar oriya poem from Romance