STORYMIRROR

Trushna Das

Romance

3  

Trushna Das

Romance

ଆଖିରେ ଆଖିରେ

ଆଖିରେ ଆଖିରେ

1 min
204

ଆଖିରେ ଆଖିରେ

    ମନ ମିଶି ଯାଏ

ହେଲେ ଓଠରୁ ବାହାରେ ନାହିଁ ମନ କଥା

   ଆଖି ଗୋପନରେ ଆଖିକୁ କହି ଦିଏ ସବୁ କଥା।। 


ଆଖିରେ ଆଖିରେ

   ହୋଇ ଯାଏ ପ୍ରେମ କେତେବେଳେ 

ଆଦୌ ଜଣା ପଡ଼େ ନାହିଁ ଏହା ସତ ଯେ

   ଆଖି ଦେଖି ନ ଆଖିକୁ ମନ ହେଲେ ବ୍ୟାକୁଳ, ପ୍ରେମ ହେଲା ବୋଲି ଜଣା ପଡେ ସେତେବେଳେ।। 


ଆଖିରେ ଆଖିରେ 

   ପ୍ରେମ ହୁଏ ଇସାରାରେ

ଚାରି ଆଖି ମିଶି 

   ପ୍ରେମ କରନ୍ତି ଲୁଚି ଲୁଚି।। 


ଆଖିରେ ଆଖିରେ 

   ପ୍ରେମ ହେଲେ 

ଦୁନିଆର ଡର ନ ଥାଏ 

   ହେଲେ ଆଖିରୁ ନିଦ ହୋଜି ଯାଏ।।


ଆଖିରେ ଆଖିରେ 

   ହୋଇ ଥିବା ପ୍ରେମ କହି ନ ପାରିଲେ

ଏବଂ ସେ ପ୍ରେମ ନ ମିଳିଲେ 

   ହୃଦୟରେ କୋହ ଭରି ଯାଏ, ଆଖିରୁ ଅଶ୍ରୁ ବହି ଯାଏ ଗୋପନରେ। 


ଆଖିରେ ଆଖିରେ

   ମନର କଥା ସବୁ ଥାଏ 

ଆଖିକୁ ବୁଝିବା ପାଇଁ ପ୍ରେମ ଭରା ଆଖି ଦରକାର

   ଓଠରୁ ଶବ୍ଦ ନ ବାହାରିଲେ ମଧ୍ୟ ମନ କଥା ବୁଝିବା ପାଇଁ ହୃଦୟଟିଏ ଦରକାର।। 


ଆଖିରେ ଆଖିରେ

   ଚରା ଚାହାଣୀରେ 

ପ୍ରେମ ଖେଲେ ଲୁଚକାଳି 

   ଲାଜ ଦୋଳିରେ।।


ଆଖିରେ ଆଖିରେ

   ପ୍ରେମ ରଚନା କରେ ସପନ କେତେ ଯେ

ନିଆରା ଅନୁଭୂତିର ଲହରୀ ଖେଳେ

   ହୃଦୟରେ ରଚନା କରେ କାହାଣୀ, ସ୍ମୃତିରେ ସ୍ମୃତିରେ।। 


ସବୁ ପ୍ରେମ ପରିପ୍ରକାଶ କରି ହୁଏ ନାହିଁ 

   ହୃଦୟରେ ଭିତରେ ରହିଯାଏ ସବୁ ଦିନ ପାଇଁ 

ସାଇତି ହୋଇ ସୃତିରେ

   ଆଖିରେ ଆଖିରେ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance