STORYMIRROR

PRASANTA MALIK

Fantasy Others

3  

PRASANTA MALIK

Fantasy Others

ଆଖି

ଆଖି

1 min
286

ଧ୍ୱନି ବିନା ଅନେକ କଥା କହିଦିଏ

ମନର ଭାବକୁ ପଢ଼ି ଦିଏ

ଦେଇପାରେ ଅକୁହା ପ୍ରଶ୍ନର ଉତ୍ତର

ସ୍ମୃତି ବଗିଚାର ମାଳୀ ସାଜି

ମୁକ୍ତା ଭଳି ସଜାଇ ରଖେ

ଭାବ ସାଗରରେ ମିଶେଇ ଦିଏ

ଶହ ଶହ ଆତ୍ମାକୁ

ହୃଦୟର ହୃଦୟକୁ ବୁଝେ

ଶାଣିତ ଖଡ୍ଗ ପରି ହାଣି ବିଦାରି ପକାଏ

ପ୍ରେମୀଙ୍କ ହୃଦୟକୁ

ଦୃଷ୍ଟିଭଙ୍ଗୀ ପରିବର୍ତ୍ତନ କରେ

ଶାନ୍ତ କମନୀୟତାର ପ୍ରତୀକ

ଅଶାନ୍ତ ସମୁଦ୍ରର ଅଧିକାରୀ

ଅତ୍ୟଧିକ ଆଘାତ ଏବଂ ଆନନ୍ଦରେ

ଜୁଆରିତ ହୋଇଉଠେ

ବ୍ୟକ୍ତିର ପ୍ରକୃତ ପରିଚୟ ଦିଏ

ଏହି ଆଖି!                             


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy