ଆଖି
ଆଖି


ବିଚିତ୍ର ଏ ଦୁନିଆ,
କେବେ ସତ ତ କେବେ ମିଛ,
ବେଳେବେଳେ ଆଖି ଦେଖି ବି...
ଅଦେଖାର ଅଭିନୟ କରେ ।
କାହିଁକି ନା...
ମିଛର ପ୍ରହେଳିକା ପାଖରେ...
ସତ୍ୟତା ହାର ମାନିଯାଏ ।
ପ୍ରକୃତିର ସୌନ୍ଦର୍ଯ୍ୟକୁ...
ଆଖି ମନଭରି ଉପଭୋଗ କରେ,
ଆତ୍ମବିଭୋର ହୋଇ...
ମନ ମୋର ନାଚିଉଠେ ।
ପ୍ରତାରଣା, ଛଳନାରେ....
ଆଖି ମୋର ଲୁହ ଢାଳେ,
ହେଲେ...
ଲୁହ ଧାର ଓଠ ପିଇଯାଏ ।
ଜହ୍ନ ଯେବେ ତା ନିଦ ଭାଙ୍ଗେ,
ମୋ ଆଖି ବି ତା ନିଦ ଭାଙ୍ଗେ,
କିଛି ପୁରୁଣା ସ୍ମୃତି ସାଉଁଟି...
ଅଭିମାନି ଲୁହକୁ ଆୟତ୍ତ କରି,
ଦରଦୀ ଛାତିର କୋହକୁ...
ଚାପିରଖେ ଆଖି ନିଜ କୋଣରେ ।
ପୁଣି...
ବଞ୍ଚିବାର ସ୍ୱପ୍ନ ଦେଖାଏ ଆଖି,
ସତରେ ହଉ ଅବା ମିଛରେ...
ଖୁସି ରହିବାର ଅଭିନୟ କରେ ।