Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ratinarayan Rout

Inspirational

3  

Ratinarayan Rout

Inspirational

ଆଖି, ନିଦ ଓ ସପନ

ଆଖି, ନିଦ ଓ ସପନ

1 min
262



ଆବଶ୍ୟକତାଠୁ    ଅଧିକ ଯେ ଖୋଜେ

  ଆଖିରୁ ତା ନିଦ ହଜିଯାଏ l

ମୋହେ ପଡି ଧନ  ପଛେ ଗୋଡ଼ାଇଲେ

  ରୋଗ ଶୋକେ ସେତ ପଡିଥାଏ l


ଧନ ଥିଲେ ନିଦ   ନ ଆସଇ ପାଶେ 

  ଚୋର ପାଇଁ ନିଦ ହଜି ଯାଏ l

ଟଙ୍କା ଥିଲେ ଗଜ  ପଲଙ୍କ ମିଳଇ

 ସୁନା ରୂପା ହୀରା କଣି ହୁଏ l


ଟଙ୍କା ଯୋଗୁଁ ସବୁ ଐଶ୍ଵର୍ଯ୍ୟ ମିଳଇ

 ଚାହିଁଲେ ରାଇଜ ମିଳିଯାଏ l

ଟଙ୍କା ଥିଲେ ନିଦ  କିଣିନ ହୁଅଇ

  ସୁନିଦ୍ରା ପାଇବା ସ୍ବପ୍ନ ହୁଏ l


ଅନିଦ୍ରା ରହିଲେ ନିଦ ନ ଆସିଲେ

  ମନରୁ ହରସ ଚାଲିଯାଏ l

ନିଦ ଯୋଗୁଁ  ସୁସ୍ଥଶରୀର ରହଇ

 ମନ ଭାବନା ଯେ ଭଲ ହୁଏ l


କାର୍ଯ୍ୟ କରିବାକୁ ମନ ଯେ ଲାଗଇ

 ରୋଗବ୍ୟଥା ସବୁଦୂର ହୁଏ l

ଅନିଦ୍ରା ଆଣଇ  ରୋଗ ଦୁଃଖ କଷ୍ଟ

  ସୁନିଦ୍ରା ଆନନ୍ଦ ଆଣିଥାଏ l


ସୁନିଦ୍ରା ଆସିଲେ  ସପନ ଆସଇ

  ସପନରେ ମନ ଭରିଯାଏ l

ସୁସପନେ ମନ   ଉଲ୍ଲସିତ ହୁଏ

  ଦୁଃସପନେ ମନ ଭାଙ୍ଗିଯାଏ l


ବାସ୍ତବରେ ଯିଏ  ସପନ ଦେଖଇ

  ସଫଳତା ସିଏ ପାଇଥାଏ l

ମିଛ ସପନର  ପଛେ ଗୋଡ଼ାଇଲେ

  ଜୀବନ ଯାତ୍ରାରେ ହାରିଯାଏ l


ଆଖିନିଦ ଆଉ   ସପନ ତିନିହେଁ

  ସାମନ୍ତର ରେଖା ହୋଇଥାଏ l

ଆଖିର ମୋହିନୀ  ମାୟାର ଜାଲରେ

  ଯିଏ ଛନ୍ଦି ହୋଇଯାଇଥାଏ l


ଦୁଃଖ ଯନ୍ତ୍ରଣାରେ  ଜର୍ଜରିତ ହୋଇ

  ଜୀବନ ବିତାଇଦେଇଥାଏ l

ଆଖି ଯଦି ହୁଏ ସୌନ୍ଦର୍ଯ୍ୟ ପିପାସୁ

  କାବିକ ରଚନା ସୃଷ୍ଟି ହୁଏ l


ଦରଦୀ ଆଖିରେ ସ୍ନେହ ପ୍ରେମ ଥିଲେ

 ଦୁଃଖି ଜନଙ୍କର ବନ୍ଧୁ ସିଏ l

ଚକ୍ଷୁଦାନ କଲେ  ମହାପୁଣ୍ୟ ହୁଏ

 ଅନ୍ୟ ଆଖିରେ ସେ ବଞ୍ଚିଥାଏ l


ତୃତୀୟ ନୟନ ଉନ୍ମୋଚନ ହେଲେ

  ଦିବ୍ୟ ଦରଶନ ପ୍ରାପ୍ତ ହୁଏ l


Rate this content
Log in

Similar oriya poem from Inspirational