ଆକାଶରେ ନିର୍ମଳ ତେଜ
ଆକାଶରେ ନିର୍ମଳ ତେଜ
ଆକାଶ ମଣ୍ଡଳେ ନିରିମଳ ରଙ୍ଗ
ମନ ଲଭେ କି କାତରେ l
ବାୟୁର ପ୍ରଭାବ ତରଙ୍ଗିତ ପ୍ରଭା
ତେଜ ସୁନ୍ଦର ତହିଁରେ l
ଝିଲିମିଲି ଜ୍ୟୋତି ଆକାଶେ ବିଛେଇ
ଶୋଭାରେ ଆକାଶ ରୁହେ l
ନୀଳିମା ବର୍ଣ୍ଣର ବିଛୁରିତ ରଶ୍ମି
ବାୟୁ ମଣ୍ଡଳରେ ପାଏ l
ଝଂକାରଣ ତାଳ ଆଲୋକ ପ୍ରଭାର
ବିନିମୟ ରୁପ କାନ୍ତି l
ଆକାଶର ରୂପ ବାୟୁ ମଣ୍ଡଳରେ
ଭୟଙ୍କର ତେଜ ମୂର୍ତ୍ତି l
