STORYMIRROR

Kamal Kumar Dash

Romance

3  

Kamal Kumar Dash

Romance

ଆକାଶକୁ ତୁମେ ଭଲ ପାଅ ବୋଲି

ଆକାଶକୁ ତୁମେ ଭଲ ପାଅ ବୋଲି

1 min
508


ଆକାଶକୁ ତୁମେ ଭଲ ପାଅ ବୋଲି

ମେଘକୁ ମୁଁ ଭଲ ପାଏ

ଝରା ବରଷାରେ ବାଦଲ ଭିତରେ

ତୁମକୁ ମୁଁ ଖୋଜୁଥାଏ (1)

ତୁମେ କମଳକୁ ଭଲ ପାଅ ବୋଲି

ମୁଁ ସୂର୍ଯ୍ୟକୁ ଭଲ ପାଏ

କମଳ ପାଖରେ କଳିଟିଏ ହୋଇ

ରହିବାକୁ ଭାବୁ ଥାଏ (2)

ତୁମେ ଚାନ୍ଦିନୀକୁ ଭଲ ପାଅ ବୋଲି

ମୁଁ ଚାନ୍ଦକୁ ଭଲ ପାଏ

ତୁମରି ମୁହଁକୁ ଚାନ୍ଦିନୀ ରାତିରେ

ଦେଖି ଭାରି ଖୁସି ହୁଏ (3)

ତୁମେ କବିତା କୁ ଭଲ ପାଅ ବୋଲି

ଆଜି ମୁଁତ କବିଟିଏ

ମୋ କବିତା ପଢି ଖୁସି ହୁଅ ବୋଲି

ତୁମ ପାଇଁ ଲେଖୁଥାଏ (4)


Rate this content
Log in

Similar oriya poem from Romance